ଭୂବନେଶ୍ୱର,ନିରପେକ୍ଷ ଖବର:୨୮.୦୫:ସମଗ୍ର ବିଶ୍ୱ କରୋନା ମହାମାରୀରେ ସଂଗ୍ରାମ କରୁଥିବା ବେଳେ ନିରାଶୟ , ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢାଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଥିବା ଯୁବ ସମାଜସେବୀ ଭୋଳାନାଥ ମହାରଣା ପୁଣିଥରେ ମହାନତାର ପରିଚୟ ଦେଇଛନ୍ତି । ରାଜଧାନୀର ଉପକଣ୍ଠରେ ଥିବା ୱାର୍ଡ ନମ୍ବର-୧୭ ରେ ୨୦୦ ରୁ ଉର୍ଦ୍ଧ ନିରାଶୟ , ଅସହାୟ ଓ ସଫେଇ କର୍ମଚାରୀଙ୍କୁ ମାସ୍କ , ସାନିଟାଇଜର ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ଭୋଳାନାଥ କହିଛନ୍ତି ଏଭଳି ସମୟରେ ଭିନକ୍ଷମ ମାନଙ୍କୁ କରୋନା ସମ୍ପର୍କରେ ସଚେତନ କରାଇବା ସହ ଆମ ପାଇଁ ଦିନ ରାତି ବିପଦକୁ ଖାତିରି ନକରି ସଫେଇ କାର୍ଯ୍ୟରେ ନିୟୋଜିତ ଥିବା ସଫେଇ କର୍ମଚାରୀଙ୍କୁ ନିତ୍ୟବ୍ୟବହର୍ଯ୍ୟ ଜିନିଷ ସହ ସମ୍ବର୍ଦ୍ଧିତ କରି ମୁଁ ଅତ୍ୟନ୍ତ ଖୁସି ।ଏଭଳି ପରିସ୍ଥିତିରେ ସମସ୍ତେ ଏକତ୍ରିତ ହୋଇ ଭିନ୍ନ ଭିନ୍ନ ପ୍ରୟାସ ଜରିଆରେ ପରସ୍ପରକୁ ସହଯୋଗର ହାତ ବଢାଇଲେ କରୋନା କୁ ମୁକାବିଲା କରିବା ସହଜ ହେବ।
