Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ଭିଏସ୍‍ଏସ୍‍ ନଗର ଅଞ୍ଚଳବାସୀଙ୍କ ନିଆରା ଉଦ୍ୟମ..

ବନ୍ଦେ ଉତ୍କଳ ଜନନୀ’ଗାଇଲେ, କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ

0

ଭୁବନେଶ୍ୱର, ନିରପେକ୍ଷ ଖବର,ତା-୩୦/୫ ମାତୃଶକ୍ତି ଜଗତର ଶ୍ରେଷ୍ଠ ଶକ୍ତି । ମାତୃଶକ୍ତି ନିକଟରେ ସମସ୍ତ ଅଶୁଭ ଓ ରାକ୍ଷାସ ହାରମାନିଥାଏ । ତେଣୁ ମା’ କୋଳ ସବୁଠୁ ସୁରକ୍ଷିତ ସ୍ଥାନ ବୋଲି ବିବେଚନା କରାଯାଏ । ଆଜି ଯେତେବେଳେ ସମଗ୍ର ବିଶ୍ୱ କରୋନା ମହାମାରୀରେ ଆକ୍ରାନ୍ତ, ଏହି କରୋନା ରୂପି ରାକ୍ଷସ କବଳରେ ଆମଦେଶ ଓ ଉତ୍କଳ ଜନୀ ମଧ୍ୟ ଆକ୍ରାନ୍ତ । ଏହି କରୋନା ରାକ୍ଷସ ନିରୀହ ଜନତାଙ୍କୁ ଗ୍ରାସ କରିଛି । ତେବେ କରୋନା ସଂକ୍ରମଣକୁ ପ୍ରତିହତ କରିବାପାଇଁ ଯୋଦ୍ଧା ସାଜିଥିବା ପୁଲିସ ବାହିନୀ, ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ମାନ ଦେବା ସହିତ ସେମାନଙ୍କ ମନୋବଳକୁ ବଢ଼ାଇବା ଆଭିମୁଖ୍ୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ୫.୩୦ରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ଆହ୍ୱାନ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଭିଏସ୍‍ଏସ୍‍ନଗର ଗଡେଶ୍ୱର ହାଟ ବଣିକ ସଂଘ, ଭୁବନେଶ୍ୱର ମହାନଗର ନିଗମ(ବିଏମ୍‍ସି), ଜାଗୃତି ଓ ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ ମିଳିତ ଭାବେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁଯାୟୀ ସମସ୍ତେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖି ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ । କାର୍ଯ୍ୟକ୍ରମରେ ପାଇକ ମହାସଂଘ ସଭାପତି ଅଶୋକ କୁମାର ପାଲଟାସିଂହ ଓ ଉପଦେଷ୍ଟା ବିଭୂତି ଭୂଷଣ ସ୍ୱାଇଁ, ଗଡେଶ୍ୱର ହାଟ ବଣିକ ସଂଘ ସଭାପତି ଲକ୍ଷ୍ମଣ ସାହୁ ଓ ସମ୍ପାଦକ ମନୋରଞ୍ଜନ ସାହୁ, ବିଏମ୍‍ସି-ଜାଗୃତି ପ୍ରକଳ୍ପ ସଂଯୋଜକ ପ୍ରବେଶ କୁମାର ସାହୁ, ବରିଷ୍ଠ ନାଗରିକ ଇଂ.ଶିବପ୍ରସାଦ ମିଶ୍ର, ସମାଜସେବୀ ପୁରଞ୍ଜନ ପାଢ଼ୀ ଓ ସମରଞ୍ଜନ ମହାନ୍ତି, ସାମ୍ବାଦିକ ରମାକାନ୍ତ ମହାନନ୍ଦ ଓ ରାଜୀବ ନୟନ ରଥ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ପୁଲିସ, ବିଏମ୍‍ସି-ଜାଗୃତି କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧିଙ୍କୁ ବନ୍ଦାପନା କରି ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଭିଏସ୍‍ଏସ୍‍ ନଗର, ପୋଷ୍ଟାଲ୍‍ କଲୋନୀ, ବାଣୀବିହାର, ଚକେଇସିହାଣି, ସମେଇଗାଡ଼ିଆ, ଗାଡ଼କଣ, ରେଲ୍‍ୱେ କଲୋନୀ, ଲକ୍ଷ୍ମୀବିହାର, ଗଜପତି ନଗର ଆଦି ଅଞ୍ଚଳରୁ ୫୦୦ଶହରୁ ଅଧିକ ଲୋକ ସମାବେଶ ହୋଇ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଭିଏସ୍‍ଏସ୍‍ନଗର ଗଡେଶ୍ୱର ହାଟ ବଣିକ ସଂଘ ସଦସ୍ୟ, ଭୁବନେଶ୍ୱର ମହାନଗର ନିଗମ(ବିଏମ୍‍ସି)-ଜାଗୃତି କର୍ମଚାରୀ ଓ ନିଖିଳ ଓଡ଼ିଶା ପାଇକ ମହାସଂଘ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Mo sapath

Leave A Reply

Your email address will not be published.