Blank space
Blank space
Breaking News/ମୁଖ୍ୟ ଖବର:
୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ
Blank space

ପ୍ରଶାନ୍ତି ବିହାର ଓ ଶିଖରଚଣ୍ତିରେ ଗାନ ହେଲା ବନ୍ଦେ ଉତ୍କଳ ଜନନୀ

0

ଭୁବନେଶ୍ବର,ନିରପେକ୍ଷ ଖବର :ତା ୩୧/୦୫ ଆଜି ଯେତେବେଳେ ସମଗ୍ର ବିଶ୍ୱ କରୋନା ମହାମାରୀରେ ଆକ୍ରାନ୍ତ, ଏହି କରୋନା ରୂପି ରାକ୍ଷସ କବଳରେ ଆମଦେଶ ଓ ଉତ୍କଳ ଜନୀ ମଧ୍ୟ ଆକ୍ରାନ୍ତ । ଏହି କରୋନା ରାକ୍ଷସ ନିରୀହ ଜନତାଙ୍କୁ ଗ୍ରାସ କରିଛି । ତେବେ କରୋନା ସଂକ୍ରମଣକୁ ପ୍ରତିହତ କରିବାପାଇଁ ଯୋଦ୍ଧା ସାଜିଥିବା ପୁଲିସ ବାହିନୀ, ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ମାନ ଦେବା ସହିତ ସେମାନଙ୍କ ମନୋବଳକୁ ବଢ଼ାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନଵୀନ ପଟନାୟକଙ୍କ ଆହ୍ବାନ କ୍ରମେ ଓ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ମାର୍ଗଦର୍ଶନରେ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ଭୁବନେଶ୍ୱର ୧ ଓ ୨ ନଂ ୱାର୍ଡର ବିଜୁ ଜନତା ଦଳର ଭୁବନେଶ୍ୱରର ଯୁବ ଉପ ସଭାପତି ମିହିର କୁମାର ରାଉତ ଯଥା ଜଣାଶୁଣା ସମାଜସେବୀ ମିହିର କୁମାର ରାଉତ (ପପୁ)ଙ୍କ ଅନୁରୋଧ କ୍ରମେ ଶତାଧିକ ବିଜେଡ଼ି କର୍ମୀ ପ୍ରଶାନ୍ତି ବିହାର ଏବଂ ଶିଖରଚଣ୍ତି ନଗରରେ ସାମାଜିକ ଦୂରତ୍ୱ ବଜାୟ ରଖି ମାନବ ଶୃଙ୍ଖଳରେ ଛିଡା ହେବା ସହ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ ।

ପପୁଙ୍କ ଏଭଳି ଅଭିନବ ପ୍ରୟାସକୁ ସ୍ଥାନୀୟ ବାସିନ୍ଦା ଖୁଵ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଦି କ୍ଲବ ସମସ୍ତ ସଦସ୍ୟ, ପ୍ରଶାନ୍ତି ବିହାର ବିକାଶ ସମିତିର ସଭାପତି, ସମ୍ପାଦକ ଓ ସମସ୍ତ ସଭ୍ୟ ମାନେ, ବରିଷ୍ଠ ନାଗରିକ ବିକାଶ ମଞ୍ଚର ସଭାପତି, ସମ୍ପାଦକ ଓ ସମସ୍ତ ସଭ୍ୟବୃନ୍ଦ, ମନ୍ଦିର କମିଟିର ସଭ୍ୟବୃନ୍ଦ ଓ ପ୍ରଶାନ୍ତି ବିହାର ବସ୍ତି କମିଟିର ସଭାପତି, ସମ୍ପାଦକ ଓ ତେଜସ୍ଵୀନି ମହିଳା ମହାସଂଘର ସଭାପତି, ସମ୍ପାଦକ ଓ ସମସ୍ତ ସଭ୍ୟବୃନ୍ଦ ଏବଂ ପ୍ରଶାନ୍ତି ବିହାର ବଜାର କମିଟିର ସଭାପତି, ସମ୍ପାଦକ ଏଥିସହିତ ୱାର୍ଡ ନଂ-୨ ଶିଖରଚଣ୍ଡୀ ନଗର ଗଣେଷ କ୍ଲବର ସଭାପତି ,ସମ୍ପାଦକ ଓ ସମସ୍ତ ସଭ୍ୟବୃନ୍ଦ ଏବଂ ଓଁମ ସାଇ କ୍ଲବର ସଭାପତି, ସମ୍ପାଦକ ଓ ବରିଷ୍ଠ ନାଗରିକବୃନ୍ଦ ଏବଂ ମହିଳା ମହାସଂଘର ସମସ୍ତ ସଭ୍ୟମାନେ ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.