ସହଯୋଗର ହାତ ବଢାଇଛି ମଙ୍ଗଲ ସେବା:ଦେବ୍ କୁମାର
ଲକ୍ଡାଉନ୍ ଆରମ୍ଭରୁ ଅସହାୟଙ୍କୁ ଯୋଗାଉଛନ୍ତି ଖାଦ୍ୟ ସାମଗ୍ରୀ ଓ ଜରୁରୀ ଉପକରଣ
ଭୂବନେଶ୍ବର,ନିରପେକ୍ଷ ଖବର:ତା ୩୧/୦୫:କରୋନା ମହାମାରୀର କାୟାରେ ଯେତେବେଳେ ସାରା ବିଶ୍ବ,ଦେଶ ଓ ରାଜ୍ୟ ଭିତତ୍ରସ୍ତ ସେହି ସମୟରେ ଅସହାୟ ମାନବ ସମାଜ।ଅସହାୟତା ଭିତରେ ଭୋକ ଉପାଶରେ କଟୁଛି ଅନେକଙ୍କ ଜନଜୀବନ।ଏହିପରି ସମୟରେ ସହଯୋଗର ହାତ ବଢାଇଛି ମଙ୍ଗଲ ସେବା ।ଭୁବନେଶ୍ୱରରେ ଅବସ୍ଥିତ ବିଭିନ୍ନ ବସ୍ତି ଅଞ୍ଚଳ ରେ ମଙ୍ଗଲ ସେବା ପକ୍ଷରୁ ଦେବ୍ କୁମାର ଓ ତାଙ୍କର ସହଯୋଗୀ ମାନଙ୍କ ନେତୃତ୍ବରେ ଶୁଖିଲା ଖାଦ୍ୟ,ସାନିଟାଇଜର ଓ ପାଠ୍ୟ ପୁସ୍ତକ ବଣ୍ଟନ କରାଯାଇଥିଲା। ଲକ୍ଡାଉନ୍ ଆରମ୍ଭ ଦିନଠାରୁ ସ୍ଥାନିୟ ବସ୍ତି ତଥା ନିରାସ୍ରୟ ଲୋକଙ୍କୁ ଜରୁରୀସାମଗ୍ରୀ ସହ ଅନ୍ୟାନ୍ୟ ଆବଶକୀୟ ଉପକରଣ ମାନ ଯୋଗାଇ ଆସୁଛନ୍ତି। ମଙ୍ଗଲ ସେବା/ମଙ୍ଗଲ ଟ୍ରେଡର୍ସ ଅଧ୍ୟକ୍ଷ ଦେବ୍ କୁମାର।ମଙ୍ଗଲ ସେବା ଅଧ୍ୟକ୍ଷ ଦେଵ୍ କୁମାରଙ୍କ ମତାନୁସାରେ ସମସ୍ତ ସଦସ୍ୟ ମାନଙ୍କର ସଦ୍ଇଛ୍ଛା ଓ ଅଦମ୍ୟ ସହଯୋଗରେ ଏହି ସବୁ ସମ୍ଭବ ହୋଇପାରିଛି। ଏହି କାର୍ଯ୍ୟକ୍ରମ ମଙ୍ଗଲ ସେବା ର ସମସ୍ତ କର୍ମକର୍ତ୍ତା ଓ ଅଧ୍ୟକ୍ଷ ଦେଵ୍ କୁମାରଙ୍କ ସହଯୋଗରେ ଆଗାମୀ ଦିନରେ ମଧ୍ୟ ଚାଲୁରହିବ ବୋଲି କହିଛନ୍ତି। ଯେପର୍ଯ୍ୟନ୍ତ ଲକ୍ ଡାଉନ୍ ସଠିକ୍ ଭାବରେ ନ ଖୋଲିଛି ସେପର୍ଯ୍ୟନ୍ତ ଆମେ ଅସହାୟଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିବୁ।