ଭୁବନେଶ୍ବର, ନିରପେକ୍ଷ ଖବର: ତା ୧୬/୦୮ ମେଲ୍ ଯୋଗେ AICCକୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକ । ମେଲ୍ ଯୋଗେ କଂଗ୍ରେସକୁ ବିଜୟ ପଟ୍ଟନାୟକ ତାଙ୍କର ଇସ୍ତଫା ପତ୍ର ପଠାଇଥିବା ଜଣାପଡିଛି। ପ୍ରଶାସନିକ ଅଧିକାରୀରୁ କଂଗ୍ରେସ ନେତା ପାଲଟିଥିବା ବିଜୟ ପଟ୍ଟନାୟକ ଚଳିତ ନିର୍ବାଚନରେ ପାରଳାଖେମୁଣ୍ଡିରୁ ବିଧାନସଭା ନିର୍ବାଚନ ଲଢି ପରାଜିତ ହୋଇଥିଲେ। ଏବେ ସେ ଦଳରୁ ଇସ୍ତଫା ଦେଇଛନ୍ତି।
