ଭୁବନେଶ୍ୱର ,ନିରପେକ୍ଷ ଖବର: ତା ୫.୫.୨୦
ସମଗ୍ର ବିଶ୍ୱରେ ତଥା ଦେଶ ଓ ରାଜ୍ୟରେ ଦେଖାଦେଇଥିବା କୋରୋନା ମହାମାରିକୁ ପ୍ରତିହତ କରିବାପାଇଁ ନିୟମ ଲାଗୁହୋଇଥିବା ଲକଡାଉନ କୁ ମାନି ଅଧିକାଂଶ ଗରିବ ଶ୍ରେଣୀର ଲୋକେ ଖାଦ୍ୟବିନା ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ଏମାନଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇଦିଆଯାଉଥିବା ଖାଦ୍ୟ ପ୍ରଯ୍ୟାପ୍ତ ହେଉନଥିବାରୁ ଦୀର୍ଘ ଦିନରୁ ଉର୍ଦ୍ଧ ଦିନ ଧରି ଓଡିଶା ଛାତ୍ର କଂଗ୍ରେସ ପକ୍ଷରୁ ରାଜ୍ୟ ସଂଯୋଜକ ଆଦିତ୍ୟ ପ୍ରୀତମ ଦାସଙ୍କ ନେତୃତ୍ୱରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।ଆଜି ଧଉଳି ଅଞ୍ଚଳରେ ରାସ୍ତାକଡ଼ରେ ତମ୍ବୁ ପକେଇ ରହିଥିବା ବାହାର ରାଜ୍ୟର ଯାଯାବର ଲୋକଙ୍କୁ ଆଦିତ୍ୟ ପ୍ରୀତମ ଦାସ ଓ ଅନ୍ୟ ଛାତ୍ର ନେତାମାନେ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ନିଯମକୁ ମାନି ଅତ୍ୟାବ୍ୟଶ୍ୟକ ଶୁଖିଲା ଖାଦ୍ୟ (ଚାଉଳ,ଡାଲି,ଆଳୁ,ପିଆଜ,ସାବୁନ,ତେଲ) ସହ ମାସ୍କ ଓ ସାନିଟାଇଜର ବାଣ୍ଟିଵା ସହିତ ବାରମ୍ବାର ହାତ ଧୋଇବା ଓ ମାସ୍କ ପିନ୍ଧି ସଫାସୁତୁରା ରହିବାକୁ ସଚେତନ କରିଥିଲେ। କରିଥିଲେ ଏହି ବଣ୍ଟନ କାର୍ଯ୍ୟକର୍ମରେ ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ନାୟକ, ସମ୍ଭବ ପଟ୍ଟନାୟକ, ସୌମ୍ୟରଂଜନ ଜେନା, ମଣିରତ୍ନ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ
