ଭୁବନେଶ୍ୱର ନିରପେକ୍ଷ ଖବର: ତା,(୦୫/୦୫/ ୨୦୨୦)୪୦ ଦିନର ଅପେକ୍ଷା ପରେ ଶେଷରେ ମଦୁଆ ମାନଙ୍କ ଆଶା ନିରାଶରେ ପରିଣତ ହୋଇଥିଲା। ଚାତକ ପରି ଅନେଇ ବସିଥିଲେ କେବେ ଖୋଲିବ ମଦ ଦୋକାନ। ଆଉ ଶେଷରେ ଅପେକ୍ଷାର ଅନ୍ତ ହେଲା। କେନ୍ଦ୍ର ସରକାର ଗ୍ରୀନ ଯୋନରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେଲେ।ଏହି ଖବର ଶୁଣି ଅଭ୍ୟାସଗତ ମଦୁଆଙ୍କ ଖୁସି କହିଲେ ନ ସରେ, ୪ତାରିଖ ସକାଳୁ ମଦ୍ୟପ ମଦ ଦୋକାନ ଆଗରେ ଲାଇନ ଲଗାଇ ଦେଇଥିଲେ।ଵିଶେଷ କରି ଗ୍ରୀନ ଜୋନରେ ,କଟକ, ପୁରୀ, ଓ ଜଗସିଂହପୁର ରେ ଥିବ ମଦ ଦୋକାନ ଆଗରେ ଭିଡ଼ ଦେଖିବାକୁ ମିଳିଥିଲା।କିନ୍ତୁ ଦିନ ଗଡ଼ିବା ସାଙ୍ଗକୁ ଦୋକାନ ଖୋଲିଲା ନାହିଁ।ଫଳରେ ମୁହଁ ଶୁଖାଇ ଫେରିଲେ ଲୋକ।ତଥାପି କିଛି ଲୋକ ରାତି ପର୍ଯ୍ୟନ୍ତ ମଦ ଦୋକାନ ଆଗରେ ବସିଥିଲା,ଭୁବନେଶ୍ୱର ରେଡ୍ ଜୋନ ରେ ଥିବାରୁ ଏଠାରେ ମଦ ଦୋକାନ ଖୁଳିବା ମନା ଥିଲା ତେଣୁ ରାଜଧାନୀ ର ଲୋକ ମଧ୍ୟ ଅନ୍ୟ ଜିଲ୍ଲା/ଗ୍ରୀନ୍ ଯୋନ୍ ଅଞ୍ଚଳକୁ ଯାଇଥିଲେ,କିଛି ମଦୁଆ ଅଧିକ ପରିମାଣରେ ମଦ ଆଣି ଗଛିତ ରଖିବାକୁ ଓ ଆଉ କିଛି ଲୋକ କିଣା ଦାମ୍ ରେ ଆଣି ଅଧିକ ଦାମ୍ ରେ ବିକିବାକୁ ଚାରିଚାକିଆ ଧରି ପହଞ୍ଚିଥିଲେ।ତେବେ ଦିନସାରା ମଦ ଦୋକାନ ନ ଖୋଲିବାରୁ ମୁହଁ ଶୁଖାଇ ଫେରିବାକୁ ପଢିଥିଲା ।ମଦ ଦୋକାନ କାହିଁକି ଖୋଲିଲାନି ତାହାର ଉତ୍ତର କାହାରି ପାଖରେ ନାହିଁ।ବିଏମସି କର୍ତ୍ତୃପକ୍ଷ ଖୋଲିବାକୁ ମନାକରୁଥିବା ବେଳେ କଟକ ମହାନଗର ନିଗମ ଅଧିକାରୀ ଖୋଲିବାରେ କୋଣସି ଅସୁବିଧା ନାହିଁ ବୋଲି କହିଥିଲେ। କିନ୍ତୁ ମଦ ଦୋକାନ ଆଗରେ ଅସମ୍ଭାଳ ଭିଡ଼ ହେଉଥିବାରୁ ଓ କରୋନା ମହାମାରୀ ବ୍ୟାପିବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ କିଛି ସ୍ଥାନରେ ମଦ ଦୋକାନ ଖୋଲା ଯାଇଥିଲା ଓ କିଛି ସ୍ଥାନରେ ଗହଳି କାରଣରୁ ମଦୁଆ ମାନଙ୍କ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା ପରେ ମଧ୍ୟ ଦୋକାନ ଖୋଲିନଥିଲା। ଯେଉଁଥି ପାଇଁ ମଦୁଆ ମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା।
