
ଭୁବନେଶ୍ୱର,ନିରପେକ୍ଷଖବର:ତା ୦୩/୧୨/୨୦୧୯ରିଖ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ସୁବର୍ଣ୍ଣପୁର ଜିଲ୍ଲା ଅଚାନକ ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ ସମୟରେ ସେ ଜିଲ୍ଲାର ମାନପୁରସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଯାଇ ସେଠାରେ ଛାତ୍ରଛାତ୍ରୀମାନଙ୍କ ସହ କଥାବାର୍ତ୍ତା କରିଥିଲେ । ସେ ପିଲାମାନଙ୍କ ସହ ସେମାନଙ୍କ ପାଠପଢ଼ା ବିଷୟରେ ବୁଝିବା ସହ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ କରିଥିଲେ । ମନ୍ତ୍ରୀ ଶ୍ରୀ ବେହେରା ଛାତ୍ରଛାତ୍ରୀମାନଙ୍କୁ ଏକ ଉତ୍ତମ ଶୈକ୍ଷିକ ପରିବେଶ ପ୍ରଦାନ ସହ ସେମାନଙ୍କ ଭବିଷ୍ୟତ ଗଠନ ପାଇଁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସକାଶେ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ସେଠାରୁ ମନ୍ତ୍ରୀ ଶ୍ରୀ ବେହେରା ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦର ଜନସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ ଆହାର କେନ୍ଦ୍ର ଯାଇ ସେଠାରେ ପରିବେଷଣ କରାଯାଉଥିବା ଖାଦ୍ୟର ମାନ ପରୀକ୍ଷା କରିବା ସହ ଭୋଜନ କରିଥିଲେ । ସେ ପରିଚାଳକଙ୍କୁ ଆହାର କେନ୍ଦ୍ରର ପରିଚାଳନା ବାବଦରେ ପଚାରି ବୁଝିଥିଲେ ।
