ଭୁବନେଶ୍ୱର,ନିରପେକ୍ଷ ଖବର:୨୬/୧୨/୨୦୨୦:
୪୯୦ ବର୍ଷର ସଂଘର୍ଷ ପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଶ୍ରୀରାମ ଜନ୍ମ ଭୂମିରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ହେବାକୁ ଯାଉଅଛି । ରାଷ୍ଟ୍ରୀୟ ମର୍ଯ୍ୟାଦାର ପ୍ରତିକ ଏହି ମନ୍ଦିର ୨୦୨୪ ମସିହା ଶେଷ ଆଡକୁ ପୂର୍ଣ୍ଣ ହୋଇଯିବ ଏବଂ ଏହାର ଶିଖର ଭାଗରେ ଗୈରିକ ପତାକା ଉଡିବାକୁ ଲାଗିବ । ଭୁବନେଶ୍ବରର ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ବ ହିନ୍ଦୁ ପରିଷଦର କେନ୍ଦ୍ରୀୟ ସଂୟୁକ୍ତ ମହାମନ୍ତ୍ରୀ ଡା ସୁରେନ୍ଦ୍ର ଜୈନ କହିଛନ୍ତି, ଏହି ମନ୍ଦିର ବିଶ୍ବର ସମସ୍ତ ରାମ ଭକ୍ତଙ୍କୁ ଜୋଡିବା ପାଇଁ ଏକ ସେତୁ ପରି କାମ କରିବ । ଏଥପାଇଁ ଆସନ୍ତା ମକର ସଂକ୍ରାନ୍ତି ଠାରୁ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ସଂପୂର୍ଣ୍ଣ ଦେଶକୁ ଯୋଡିବା ପାଇଁ ଏକ ବ୍ୟାପକ ନିଧର ସମର୍ପଣ ଏବଂ ସଂପର୍କ ଅଭିଯାନ ଅନୁଷ୍ଠିତ ହେବ। ପୂଜ୍ୟ ସନ୍ଥମାନେ ୧୫ ଜାନୁୟାରୀ ରୁ ୨୭ ଫେବୃୟାରୀ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ୪ ଲକ୍ଷ ଗ୍ରାମ, ୧୧ କୋଟି ପରିବାର ଓ ୫୦ କୋଟି ହିନ୍ଦୁଙ୍କୁ ସଂପର୍କ କରାଯିବାର ଯୋଜନା ଥିଲା କିନ୍ତୁ ପ୍ରାନ୍ତୀୟ ବୈଠକ ପରେ ଦେଖାଗଲା କି ସଂପୂର୍ଣ୍ଣ ଦେଶରେ ହିନ୍ଦୁମାନଙ୍କର ଉତ୍ସାହକୁ ଦେଖି ନିର୍ଣ୍ଣୟ କରାଗଲା କି ଏହି ଅଭିଯାନ ଦ୍ଵାରା ୫୨୩୩୯୫ ଗ୍ରାମ, ୧୩ କୋଟି ପରିବାର ଓ ୯୫ କୋଟି ହିନ୍ଦୁ ମାନଙ୍କର ସହଯୋଗ ମନ୍ଦିର ନିର୍ମାଣ ପାଇଁ ରହିବ । ଏଥି ପାଇଁ ଦେଶ ମଧ୍ୟରେ ୧୦ ଲକ୍ଷ ଟୋଲିରେ ୪୦ ଲକ୍ଷ କାର୍ଯ୍ୟକର୍ତାଙ୍କୁ ଏହି ସଂପର୍କ ଅଭିଯାନରେ ସକ୍ରୀୟ ରୂପେ ଭାଗ ନେବେ । ଏହି ଅଭିଯାନ ବିଶ୍ଵ ଇତିହାସରେ ସବୁଠୁ ବଡ ଅଭିଯାନ ହେବ । ଏହାର ପରିଣାମ ସରୂପ ହିନ୍ଦୁତ୍ବର ଏକ ବଡ ଜୁଆର ଆସିବ । ଆଗାମୀ ସହସ୍ରାଦିକୁ ରାମଙ୍କ ସହସ୍ରାବ୍ଦ କୁହାଯିବ । ଶ୍ରୀରାମ ମନ୍ଦିରରୁ ରାମ ରାଜ୍ୟର ମାର୍ଗ ଏହି ଅଭିଯାନ ଦ୍ବାରା ପ୍ରଶସ୍ଥ ହେବ । ଓଡିଶାରେ ମୋଟ ୫୩୮୪୫ ଗ୍ରାମ ମଧ୍ୟରୁ ୪୧୦୦୦ ଗ୍ରାମରୁ ୫୦ ଲକ୍ଷ ପରିବାରରେ ଥିବା ୩ କୋଟି ହିନ୍ଦୁମାନଙ୍କ ସହଯୋଗ ନିଆଯିବ । ସମାଜର ସମସ୍ତ ବର୍ଗର ଲୋକମାନଙ୍କୁ ସଂପର୍କ କରି ଏହି ପବିତ୍ର ଅଭିଯାନରେ ଯୋଡାଯିବ । ଏହି ଅଭିଯାନ ପରେ ଓଡିଶାରେ ହିନ୍ଦୁ ଧର୍ମ ପ୍ରତି ଏକ ଅଭୁତ ସମର୍ପଣ ଭାବ ଦେଖାଯିବ । ଓଡିଶାର ସନ୍ଥ ମାନଙ୍କ ଏକ ମାର୍ଗଦର୍ଶକ ମଣ୍ଡଳ ଗଠନ କରାଯାଇଛି । ଏହି ମାର୍ଗଦର୍ଶକ ମଣ୍ଡଳ ମଧ୍ୟରେ ସମସ୍ତ ସମ୍ପ୍ରଦାୟ, ମତ, ପଙ୍ଗିର ସନ୍ଥମାନଙ୍କୁ ସମ୍ମିଳିତ କରାଯାଇଅଛି । ଏହି ପ୍ରକାର ସାଗତ ସମିତି ଗଠନ କରାଯାଇଛି, ପ୍ରଫେସର ଡା ପ୍ରଫୁଲ୍ଲ ମିଶ୍ର(କୁଳାଧୁପତି)ଙ୍କ ଅଧ୍ୟକ୍ଷତାରେ ଓଡିଶାର ସମସ୍ତ ବର୍ଗର ପ୍ରମୁଖ ବ୍ୟକ୍ତିଙ୍କୁ ଏହି ସମିତିରେ ନିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରାଧାପକ ଗୋପାଳ ପ୍ରସାଦ ମହାପାତ୍ର, ମନସୁଖଲାଲ ସେଠୀଆ, ଡା ନଗେନ କୁମାର ଦେବତା ଆଦି ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
