Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ଅନ୍ତସତ୍ତ୍ଵା ନାବାଳିକା ଝିଅର ଦୁଃଖ କହିଲେ ସରୁନି, କିଏ ବୁଝିବ ତାଙ୍କ କଥା?

0

ବାରିପଦା(ନିରପେକ୍ଷ ଖବର)ତା-୫/ଜାନୁଆରୀ/୨୦୨୦-ପାଣି ପିଇବା ବାହାନାରେ ଆସି ସମ୍ପର୍କୀୟ ନାବାଳିକା ଭଉଣୀକୁ ଦୁଷ୍କର୍ମ କରି ଅଭିଯୁକ୍ତ ଭାଇ ଜେଲ ଯାଇଛି। ହେଲେ ଦୁଷ୍କର୍ମରେ ଶିକାର ହୋଇଥିବା ଭଉଣୀ ଆଉ ତାର ପରିବାର ମୁଣ୍ଡରେ ଲାଗିଥିବା କଳଙ୍କର ଟୀକା ପିଛା ଛାଡିନି। ସମ୍ପକୀୟ ଭାଇ ଦ୍ୱାରା ଦୁଷ୍କର୍ମରେ ଶିକାର ହେବା ପରେ ନାବାଳିକା ଝିଅଟି ୬ ମାସର ଅନ୍ତସତ୍ତ୍ଵା ହୋଇ ଅପବାଦ ଓ କଳଙ୍କ ମୁଣ୍ଡାଇ ଘୁରି ବୁଲୁଛି। ନାବାଳିକା ପେଟରେ ବଢୁଥିବା ସନ୍ତାନଟିକୁ ଜନ୍ମ ଦେବ କି ନାହିଁ ପରିବାର ଲୋକ ଚିନ୍ତାରେ ପଡ଼ିଛନ୍ତି। ନାବାଳିକା ଝିଅଟିର ବୟସ ୧୬ ବର୍ଷ ହୋଇଥିବା ବେଳେ ତାର ଦୁର୍ବଳ ଚେହେରା ପାଇଁ ତା ପେଟରେ ବଢୁଥିବା ସନ୍ତାନଟିକୁ ବଞ୍ଚାଇବ ନା ତାକୁ ନଷ୍ଟ କରିବ ସେ କିଛି ଜାଣି ପାରୁନି। ସନ୍ତାନଟି ଜନ୍ମ ହେବାପରେ କେଉଁ ପରିଚୟ ନେଇ ସେ ବାଟ ଚାଲିବ ତାହା ତାକୁ ବିଚଳିତ କରିପକାଉଛି। ସେପଟେ ଅଭିଯୁକ୍ତ ଭାଇକୁ ବେତନଟୀ ପୁଲିସ ସିନା ଜେଲ ପଠାଇ ଦେଇଛି। ହେଲେ ଅନ୍ତସତ୍ତ୍ଵା ବନିଥିବା ନାବାଳିକାର ରକ୍ଷଣାବେକ୍ଷଣ ଦାଇତ୍ୱ କିଏ ନେବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ପୁଲିସ ଏହି ନାବାଳିକାର ଯତ୍ନ ନ ନେଇ ସେମିତି ଛାଡି ଦେଇଥିବା ବେଳେ ଉଭୟ ମାଆ ଓ ଛୁଆର ଜୀବନ ପ୍ରତି ବିପଦ ଥିବା ଡାକ୍ତର କହୁଛନ୍ତି। ଅଳ୍ପ ବୟସରେ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଥିବାରୁ ଡାକ୍ତର ତାର ଚିକିତ୍ସା କରିବାକୁ ମନା କରୁଥିବା ତାର ମାଆ ଅଭିଯୋଗ ଆଣିଛନ୍ତି।

Advertising:
Blank space

ଏଭ ଏକ ହୃଦୟ ବିଦାରକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାର ବେତନଟୀ ଅଞ୍ଚଳରେ। ସୂଚନା ମୁତାବକ ଗତ ୬ ମାସ ତଳେ ଘରେ କେହି ନଥିବା ସମୟରେ ସମ୍ପକୀୟ ଭାଇ ଅଭିଜିତ ବେହେରା ପାଣି ପିଇବା ବାହାନାରେ ଆସି ଏହି ନାବାଳିକା ଜଣଙ୍କୁ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ କରିବା ପରେ ଏ ବିଷୟରେ କାହାରିକୁ କିଛି କହିଲେ ତାକୁ ଜୀବନରୁ ମାରିଦେଵ ବୋଲି ଧମକ ବି ଦେଇଥିଲା। ଫଳରେ ଝିଅଟି ଦୁଷ୍କର୍ମରେ ଶିକାର ହୋଇଥିଲେ ମଧ୍ୟ ଭୟରେ କାହାରିକୁ କିଛି କହି ନ ଥିଲା। ଏହି ଘଟଣାର ଦୀର୍ଘ ୬ମାସ ପରେ ଝିଅଟି ଯେତେବେଳେ ଗର୍ଭବତୀ ଥିବା ଜଣାପଡିଲା।ସେତେବେଳେ ପରିବାର ଲୋକ ଏନେଇ ଗତ ଡିସେମ୍ବର ୨୬ ତାରିଖରେ ବେତନଟୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ବେତନଟୀ ପୋଲିସ ଅଭିଯୁକ୍ତ ଅଭିଜିତ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହେଲେ ଦିନ ମଜୁରିଆ ଭାବେ କାମ କରୁଥିବା ନାବାଳିକା ଝିଅର ବାପା ଓ ମାଆଙ୍କ ଦୁଃଖ କିଏ ବୁଝିବ ତାହା ଏବେ ବଡ଼ ପ୍ରଶ୍ନ ହୋଇ ଛିଡା ହୋଇଛି।

Mo sapath

Leave A Reply

Your email address will not be published.