Blank space
Blank space
Breaking News/ମୁଖ୍ୟ ଖବର:
ବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆ
Blank space

ମୟୁରଭଞ୍ଜ ବାସୀଙ୍କ ପାଇଁ ଖୁସି ଖବର…

0

ବାରିପଦା(ନିରପେକ୍ଷ ଖବର)ତା-୮/ଜାନୁଆରୀ/୨୦୧୯-ମୟୁରଭଞ୍ଜବାସୀଙ୍କ ପାଇଁ ଖୁସି ଖବର। ଦ୍ୱିତୀୟ ଶ୍ରୀକ୍ଷେତ୍ରର ଉନ୍ନତି ପାଇଁ ୫ କୋଟି ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଏଥିସହିତ କିଟ ଆବାସିକ ଶିକ୍ଷା ଅନୁଷ୍ଠାନ ପାଇଁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଲେ।ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ ଅବସରରେ ଆସି ଆଦାନୀ କିସ୍ ରେସିଡେନସିଆଲ ସ୍କୁଲର ମୟୁରଭଞ୍ଜ ବାଙ୍କୀସୋଲ ଠାରେ ଉଦ୍ଘାଟନ କରିବା ସହିତ ବିଭିନ୍ନ ଜନହିତକାରୀ ପ୍ରକଳ୍ପର ଉଦ୍‌ଘାଟନ ଓ ଭିଭିପ୍ରସ୍ତର ସ୍ଥାପନ କରିଥିଲେ । ବିଶେଷ କରି ଦୀର୍ଘ ଦିନରୁ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦା ଶ୍ରୀ ଶ୍ରୀ ହରିବଳଦେଵ ଜୀଉ ଙ୍କ ମନ୍ଦିର ର ଉନ୍ନତିକରଣ ଦାବି ହୋଇଆସୁଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗନ୍ନାଥ ମନ୍ଦିର ଉନ୍ନତିକରଣ ପାଇଁ ୫କୋଟି ଟଙ୍କା ପ୍ରଦାନ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ହେଲିପେଡ଼ ଯୋଗେ ଆଦାନୀ କିସ ପଡ଼ିଆରେ ଦିନ ୧୧:୩୦ ସମୟରେ ପହଞ୍ଚିଥିଲେ।

Advertising:
Blank space

ଏହି ଉଦ୍ଘାଟନୀ ଉତ୍ସବରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି, କୀଟ ଉନିଭରର୍ସିଟିର ପ୍ରତିଷ୍ଠାତା ସାଂସଦ ପ୍ରଫେସର ଅଚ୍ୟୁତ ସାମନ୍ତ, ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ, ମୟୂରଭଞ୍ଜ ସାଂସଦ ଇଂ ବିଶ୍ୱେଶର ଟୁଡୁ, ବାରିପଦା ବିଧାୟକ ପ୍ରକାଶ ସରେନ, ଆଦାନୀ ଗ୍ରୁପର ଚେଆରପର୍ଶନ ଡ଼ଃ ପ୍ରୀତି ଜୀ ଆଦାନୀ, ଜିଲ୍ଲାପାଳ ବିନୀତି ଭରଦ୍ବାଜ ଙ୍କ ସମେତ ବହୁ ଉଚ୍ଚ ପଦସ୍ଥ ଅଧିକାରୀମାନେ ସଭା ସ୍ଥଳରେ ଉପସ୍ଥିତ ଥିଲେ। ତାଙ୍କର ସୁରକ୍ଷା ପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ଜଣାପଡ଼ିଛି । ଏହି ଅବସରରେ ଆସି ବାଙ୍କୀସୋଲ ଠାରେ ଶୁଭ ଉଦ୍‌ଘାଟନ ୫୩ କୋଟି ୬୦ ଲକ୍ଷ ଟଙ୍କାର ପ୍ରକଳ୍ପ ବାଙ୍କିଶୋଳ ଠାରେ ନବନିର୍ମିତ ଆଦାନୀ – କିସ୍ ଆବାସିକ ବିଦ୍ୟାଳୟ, ବହଳଦା, ରରୁଆଁ, ବିଶୋଇ, କୁସୁମୀ, ରାଇରଙ୍ଗପୁର, ବାରିପଦା, ଶାମାଖୁଣ୍ଟା ଏବଂ ସୁଳିଆପଦା ବ୍ଲକ୍‌ର ୧୮ଟି ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ସହ ଠାକୁରମୁଣ୍ଡା, କୁସୁମୀ, ସୁକୃଳି, ସାରସକଣା ଏବଂ ଶୁଳିଆପଦା ବ୍ଲକରେ ରେ ୫ଟି ହାଇ ଲେବେଲ ସେତୁ ସହ ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟର ନବନିର୍ମିତ ସାଇନ୍ସ ବ୍ଲକ ମୋରଡ଼ା ବ୍ଲକର ନବନିର୍ମିତ ଭାଲିଆଷୋଳ ଆଦର୍ଶ ବିଦ୍ୟାଳୟ, କୁସୁମୀ ବ୍ଲକର ସାନଞ୍ଜୟଧାନପୋଷୀ ଏବଂ ବିଜାତଳା ବ୍ଳକର ଲୁହାଶିଳାଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନବନିର୍ମିତ ୧୦୦ ସିଟ୍ ବିଶିଷ୍ଟ ଛାତ୍ରୀ ନିବାସ ଏବଂ ବିଭିନ୍ନ ପ୍ରକଳ୍ପ ଭିଭିପ୍ରସ୍ତର ସ୍ଥାପନ ପାଇଁ ୨୦୦ କୋଟି ୩୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ପ୍ୟାକେଜ ଘୋଷଣା କଲେ। ବାରିପଦା ମ୍ୟୁନିସିପାଲିଟି ଅଞ୍ଚଳବାସୀଙ୍କ ପାଇଁ ଜଳଯୋଗାଣ ବ୍ୟବସ୍ଥା, ରରୁଆଁ – ଫଗୁ ରାସ୍ତା ଉନ୍ନତିକରଣ ଓ ପ୍ରଶସ୍ତିକରଣ କାର୍ଯ୍ୟ, ତକତପୁରଠାରେ ଏପିସି ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର କମ୍ପୋଜିଟ ବ୍ଲକ, ସାରସକଣା, ଗୋପବନ୍ଧୁ ନଗର ବ୍ଳକ୍‌ରେ ୨ଟି ମେଗା ଜଳଯୋଗାଣ ପ୍ରକଳ୍ପ ସହିତ ରାଇରଙ୍ଗପୁର, ବାଙ୍ଗିରିପୋଷୀ ଏବଂ ଖୁଣ୍ଟା ବ୍ଲକ୍‌ରେ ୩ଟି ଜଳଯୋଗାଣ ପ୍ରକଳ୍ପ ଖୁଣ୍ଟା, ଗୋପବନ୍ଧୁ ନଗର ଏବଂ ବଡ଼ସାହି ବ୍ଳବ ୪ଟି ହାଇଲେଭଲ ସେତୁ ର ଭିତ୍ତିପ୍ରସ୍ତର ସ୍ଥାପନ କଲେ।

Mo sapath

Leave A Reply

Your email address will not be published.