Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ରାଇରଙ୍ଗପୁର ଆଇଟିଡିଏ ଅଫିସରେ ମୟୂରଭଞ୍ଜ ସାଂସଦ ଓ ରାଇରଙ୍ଗପୁର ବିଧାୟକ ଙ୍କ ଦାଦାଗିରି।

0

*ପ୍ରକଳ୍ପ ପ୍ରଶାସକଙ୍କ ସହ ଯୁକ୍ତିତର୍କ…

*ସାଂସଦ ଓ ବିଧାୟକ ଙ୍କ ନାମରେ ଥାନାରେ ପଡିଲା ଏତଲା…

Blank space

ବାରିପଦା(ନିରପେକ୍ଷ ଖବର)ତା-୧୦/ଜାନୁଆରୀ/୨୦୨୦:ମୟୁରଭଂଜ ଜିଲ୍ଲାର ରାଇରଙ୍ଗପୁର ଆଦିବାସୀ ସମନ୍ଵିତ ପ୍ରକଳ୍ପ ଅଫିସରେ ମୟୁରଭଞ୍ଜ ସାଂସଦ ଇଂ ବିଶେଶ୍ୱର ଟୁଡୁ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ ଙ୍କ ଦାଦାଗିରି।ସାଂସଦ ଓ ବିଧାୟକ ଙ୍କ ସହ କିଛି ଜିଲ୍ଲା ପରିଷଦ ସଦସ୍ୟ ଗୁରୁବାର ଦିନ ୧ଟା ବେଳେ ଅଫିସରେ ପହଞ୍ଚି ପ୍ରକଳ୍ପ ପ୍ରଶାସକ ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କ ସହ ସାକ୍ଷାତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଆଲୋଚନା କରିଥିଲେ ।ପରେ ୨୦୧୮ ମସିହାରେ ଉପଖଣ୍ଡରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ତଥ୍ୟ ମାଗିଥିଲେ ।ପ୍ରକଳ୍ପ ପ୍ରଶାସକ ଉନ୍ନୟନ ଫାଇଲ ମଗାଇ ସାଂସଦଙ୍କୁ ଦେଇଥିଲେ । ଏଥିପରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ନେଇ ବିଶୋଇ ବ୍ଲକକୁ ତୁରନ୍ତ ଯିବା ପାଇଁ ନିଜ ଚେୟାରୁ ଉଠି ବାହାରୁଥିଲେ ପିଏ ଅନନ୍ୟ ସିଂ ଲାଗୁରୀ ।ସାଂସଦ ଏବଂ ବିଧାୟକ ବସିଥିବା ବେଳେ ପିଏ ଅନନ୍ୟ ସିଂ ଲାଗୁରୀ କାମ ବିଷୟରେ ଆଲୋଚନା ନ କରି ଚେୟାର ରେ ଉଠିପଳାଇବା ବ୍ଯବହାରରେ ଅତିଷ୍ଠ ହୋଇଥିଲେ ସାଂସଦ ଏବଂ ବିଧାୟକ ।ଏହି ଘଟଣାକୁ ନେଇ ସାଂସଦ ଓ ବିଧାୟକ ଅସନ୍ତୋଷ ପ୍ରକାଶ କରି ଆଇଟିଡିଏ ଅଫିସରେ ସମସ୍ତଙ୍କୁ ବାହାର କରାଇ ତାଲା ମାରି ଚାଲି ଯାଇଥିଲେ ।ବିଜେପି ପକ୍ଷରୁ ଅଭିଯୋଗ ମଧ୍ୟ ହୋଇଥିଲା ଯେ ବିଭିନ୍ନ ଉନ୍ନୟନ କାମରେ ବିଜେପି କର୍ମୀମାନଙ୍କୁ ପକ୍ଷପାତିତା କରି କାମ ଦିଆ ଯାଉନାହିଁ ଏବଂ ପିଏଙ୍କର ବ୍ୟବହାରରେ ସେମାନେ ଅସନ୍ତୁଷ୍ଟ ।

Advertising:

ଅପରପକ୍ଷରେ ପିଏ ଆଇଟିଡିଏ ଅଫିସରେ ତାଲା ମରା ନେଇ ରାଇରଙ୍ଗପୁର ଟାଉନଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ସାଂସଦ , ବିଧାୟକ ଓ ତାଙ୍କ ସମର୍ଥକ ମାନେ ଅଫିସର ସମସ୍ତ କର୍ମଚାରୀଙ୍କୁ ବାହାର କରି ତାଲା ପକାଇଥିଲେ ।ତତସହ ଅଫିସରେ ସାଂସଦ ଓ ବିଧାୟକ ତାଙ୍କ ସହିତ ଯୁକ୍ତି ତର୍କ କରିଥିଲେ ।ମୋର ସାଂସଦ ଓ ବିଧାୟକଙ୍କୁ ଅପମାନ କରିବା ଉଦ୍ଦେଶ୍ୟ ନୁହେଁ ।ମୋ ସହିତ ଦିନ ୧୧ଟା ବେଳେ ଦେଖା କରିବେ ବୋଲି କହିଥିଲେ କିନ୍ତୁ ଦିନ ୧ ଟା ବେଳେ ଆସିଲେ ।ହେଲେ ପୂର୍ବ କାର୍ଯ୍ୟସୂଚୀ ନେଇ ମୋର ବିଶୋଇ ଯିବାର ଥିଲା । ତେଣୁ ମୁଁ ଯିବାକୁ ବାହାରି ଥିଲି ।ପରେ ସବକଲେକ୍ଟର ଧର୍ମାନନ୍ଦ ବେହେରା ଟାଉନଥାନା ଅଧିକାରୀ ରେଣୁବାଳା ସାହୁଙ୍କ ‌ ଉପସ୍ଥିତରେ ଅପରାହ୍ନରେ ଅଫିସ ତାଲା ଭାଙ୍ଗି ଥିଲେ ।ପିଏ ଆଇଟିଡିଏ ଘଟଣାକୁ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏଥି ନେଇ ମୟୁରଭଞ୍ଜ ସାଂସଦ ଓ ବିଧାୟକ ନାମରେ ମାମଲା କେଶ ନଂ ୮ ମାମଲା ରୁଜୁ ହୋଇଛି ।

Mo sapath

Leave A Reply

Your email address will not be published.