Blank space
Blank space
Breaking News/ମୁଖ୍ୟ ଖବର:
ବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆ
Blank space

ଶିମିଳିପାଳରେ ବରଫ ବର୍ଷା….

0

ବାରିପଦା(ନିରପେକ୍ଷ ଖବର)ତା-୧୩/ଜାନୁଆରୀ/୨୦୨୦-ରାଜ୍ୟକୁ ପୁଣି ଫେରିଛି ଶୀତ ।ଶୀତ ର ପ୍ରକୋପରୁ ସାରା ଓଡିଶା ବର୍ତ୍ତି ପାରୁନାହିଁ । ପ୍ରବଳ ଜାଡରେ ଥରୁଛି ଓଡିଶା । ଆଂଚଳିକ ପାଣିପାଗ ବିଭାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଓଡ଼ିଶାର ବିଭିନ୍ନ ସ୍ଥାନ ମାନଙ୍କ ରେ ଥଣ୍ଡା ଜାରିରହିଛି ।ଏହି ଥଣ୍ଡାର ଜାଡ ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ ପ୍ରବଳ ପରିମାଣରେ ଅନୁଭୂତ ହେଉଛି। ସାଧାରଣ ଜୀବନ ଯାତ୍ରାକୁ ମଧ୍ୟ ପ୍ରଭାବିତ କରୁଛି।ଫଳରେ ସହରରୁ ଆରମ୍ଭ କରି ଗାଁ ପଯ୍ୟନ୍ତ ଏବେ ଶୀତରେ ଥରୁଛି।ଏହି ବର୍ଷ ମୟୁରଭଞ୍ଜର ଶୀତ ତାର ସମସ୍ତ ପୂର୍ବ ରେକର୍ଡକୁ କାଟିଦେଇଛି।ପାରଦ ୧୦ ଡିଗ୍ରୀ ତଳକୁ ଖସିଯିବା ସହ ପ୍ରବଳ ଶୀତ ଅନୁଭୂତ ହେଉଛି।କିଛି କିଛି ସ୍ଥାନରେ ନିଆଁ ଜାଳି ଶୀତର ପ୍ରକୋପରୁ ରକ୍ଷା ପାଇବାକୁ ଚେଷ୍ଟା କରୁଛନ୍ତି।ପର୍ବତମାଳା ରେ ଘେରି ରହିଥିବା ଏହି ଜିଲ୍ଲାରେ କିଛି ସ୍ଥାନରେ ତୁଷାରପାତ ମଧ୍ୟ ଜାରି ରହିଛି।ଗତ କାଲି ଶିମିଳିପାଳ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ତୁଷାର ପାତ। ଧୀରେ ଧୀରେ ପାରଦ ନିମ୍ନ ଗାମୀ ହେବାସହ ତୁଷାର ପାତ ଦେଖିବାକୁ ମିଳିଛି। ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ନିଷିଦ୍ଧାଞ୍ଚଳ ଯଥା କୁମାରୀ , ବାରହାକାମୁଡ଼ା , ଉପର ବାରହାକାମୁଡ଼ା ଓ ମେଘାସନି ଅଂଚଳ ମାନଙ୍କରେ ତୁଷାରପାତ ହୋଇଛି।

Advertising:
Blank space

ତୁଷାରପାତ ପରେ ଘାସ ଗଲିଚା ଉପରେ ଧଳା ଆସ୍ତରଣ ଛାଇ ହୋଇ ରହୁଛି।ଶୀତର ପ୍ରକୋପରେ ଶିମିଳିପାଳ ଅଂଚଳରେ ବସବାସ କରୁଥିବା ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।ପଶୁ ପକ୍ଷୀ ସମସ୍ତେ ଶୀତ ର ଜାଡରେ ଥରୁଛନ୍ତି। ସକାଳୁ ସକାଳୁ ଏହି ସବୁ ଅଞ୍ଚଳରେ ଥିବା ଗଛ ପତ୍ରରେ ତୁଷାରପାତରେ ଘୋଡାଇ ହୋଇରହିଛି।ଶିମିଳିପାଳକୁ ବୁଲିବା ପାଇଁ ଆସୁଥିବା ପର୍ଯ୍ୟଟକ ମାନେ ଏହି ତୁଷାରପାତର ଖୁବ ମଜା ନେଉଛନ୍ତି।ପାହାଡ ଓ ପ୍ରକୃତିମାଳାରେ ଘେରି ରହିଥିବା ଶିମିଳିପାଳ ତୁଷାରପାତ ପରେ ସତେ ଯେମିତି ପର୍ଯ୍ୟଟକଙ୍କ ପାଇଁ ଭୁସର୍ଗ ପାଲଟି ଯାଇଛି।

Mo sapath

Leave A Reply

Your email address will not be published.