ଭଦ୍ରକ,ତିହିଡି (ନିରପେକ୍ଷ ଖବର)୧୭/୧: ତିହିଡି ବ୍ଲକ ଅନ୍ତର୍ଗତ ସୟା ଗ୍ରାମପଞ୍ଚାୟତର ବାଉଁଶବାଗ ଗାଁରେ ଭୟାନକ ଅଗ୍ନିକାଣ୍ଡ ଘଟିଛି. ୪ ବଖରା ଘର ସହ ୨ ଗାଈ ଜଳିପୋଡି ପାଉଁଶ ହୋଇଯାଇଛି.. ଘଟଣାସ୍ଥଳରେ ଦମକଳବାହିନୀ ପହଂଚି ନିଆଁକୁ ଆୟତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ନିଆଁରେ ପଞ୍ଚାନନ ପାତ୍ର ଓ ପ୍ରତାପ ପାତ୍ରଙ୍କ.. ତିନି ବଖରା ଘର ସମେତ ଏକ ଗୁହାଳ ଘର ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଦୁଇଟି ଗାଈ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ସୂଚନା ମିଳିଛି।
