ବାରିପଦା୧୩/୨(ନିରପେକ୍ଷ ଖବର): ବାରିପଦା ଜଙ୍ଗଲ ରେଞ୍ଜ ଅଧିନରେ ଯାଉଥିବା ଟିଟିଆ ଛକ ଠାରେ ସାଧାରଣ ଗାଡିଚେକିଂ ସମୟରେ ଓଡି ୧୧ ୫୨୮୦ ନମ୍ବର ର ଏକ ଅଟୋ ରୁ ଦୁଇଟି ହାତୀ ଦାନ୍ତ ଉଦ୍ଧାର ହେବା ସହିତ ୫ ଜଣ ଯୁବକ ଗିରଫ ହୋଇଛନ୍ତି। ବାରିପଦା ଜଙ୍ଗଲ ରେଞ୍ଜ ଅଫିସ୍ ହାଜତରେ ତାକୁ ରଖାଯାଇଛି । ଅଭିଯୁକ୍ତମାନେ ହେଲେ ଦେବେନ୍ଦ୍ର ନାଥ ମହାଳିକ, ଜଗନ୍ନାଥ ସିଂ, ପଙ୍କଜ କୁମର ମଝାଳିକ, ସୁସାନ୍ତ ସିଂ ଓ ବିନୁ ସିଂଙ୍କ ଘର ଉଦଳା ଥାନା ଅନ୍ତର୍ଗତ ଉପରତାଳଡ଼ିହା ଠାରେ ସମସ୍ତଙ୍କ ଘର। ହାତୀ ଦାନ୍ତର ଲମ୍ବ ୩୮ ସେଣ୍ଟିମିଟିରେ ଓ ୪୫ ସେଣ୍ଟିମିଟର ,ଓଜନ ଗୋଟିଏ ୬୦୦ ଗ୍ରାମ ଓ ଅନ୍ୟଟିର ୭୦୦ ଗ୍ରାମ ବୋଲି ଜଣାପଡ଼ିଛି । ହାତୀମାନଙ୍କୁ ବୟସ ଆନୁମାନିକ ୧୦ରୁ ୧୫ ବର୍ଷ ହେବ ବୋଲି ଫରେଷ୍ଟ ରେଞ୍ଜ ଅଫିସର ଲକ୍ଷ୍ମୀଧର ବେହେରା ସୂଚନା ଦେଇଛନ୍ତି ।

