
ବାରିପଦା:(ନିରପେକ୍ଷଖବର),୧୭/୧୨/୨୦୧୯: କାଚ ଫେକ୍ଟ୍ରି ରେ ଭୟାବହ ଅଗ୍ନିକାଣ୍ଡ। ଦୀର୍ଘ ୮ ଘଣ୍ଟା ଧରି ନିଆଁ କୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର ୩ଟି ଟିମ ଆପ୍ରାଣ ଉଦ୍ୟମ ଜାରି ରଖିଛି। ଗତକାଲି ରାତି ଗୋଟେ ରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିଶମ ବିଭାଗ ପହଞ୍ଚି ଏ ପର୍ଯ୍ୟନ୍ତ ନିଆଁ କୁ ଲିଭାଇବା ପାଇଁ ନିୟୋଜନ ଅଛନ୍ତି। ବର୍ତ୍ତମାନ ସୁଦ୍ଧା କାଚ ଫେକ୍ଟ୍ରିରେ ଭିତରେ ଥିବା କାଚ ଗୋଡାଉନର ଲକ୍ଷାଧିକ ଟଙ୍କାର କାଚ ଓ ପେଟି ଜଳିପଡି ପାଉଁଶ ହୋଇଯାଇଛି। ନିଆଁ ଲାଗିବା ଫଳରେ କାଚ ବୋତଲ ଗୁଡିକ ଠୋ ଠା ହୋଇ ଫାଟିବାରୁ ଗୋଡାଉନ ଭିତରକୁ ପଶି ନିଆଁ କୁ ଆୟତ୍ତ କରିବା ସମ୍ଭବ ପର ହୋଇନଥିଲା ବୋଲି ଅଗ୍ନିଶମ ବିଭାଗ ଅଧିକାରୀ ପ୍ରକାଶ କୁମାର ଜେନା କହିଛନ୍ତି। ବାରିପଦା ମଞ୍ଚାବନ୍ଧା ସ୍ଥିତ ଏକ କାଚ କମ୍ପାନୀ “ଜୁହି ଇଣ୍ଟର୍ନେସନାଲ ପ୍ରାଇଭେଟ ଲିମିଟେଡ଼” ରେ ଗତ କାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା। କମ୍ପାନୀର ଗୋଡାଉନ ଭିତରେ ନିଆଁ ଲାଗିବାର ପ୍ରକୃତ କାରଣ ଜଣା ପୋଡିନଥିବା ବେଳେ ଇଲେକ୍ଟ୍ରିକ ସଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।
