ବାରିପଦା(ନିରପେକ୍ଷ ଖବର)ତା-୧୪/୦୨/୨୦୨୦- ପୁଅର ଟାଙ୍ଗିଆ ଚୋଟରେ ବାପର ମୃତ୍ୟୁ ଘଟିଛି । ଏମିତି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ରଙ୍ଗଜାମ୍ ଗ୍ରାମରେ । ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି ।
ଆଜି ସକାଳ ସମୟରେ ପୁଅ ରମେଶ ସୋରେନ ଏବଂ ବାପା ରାବଣ ସୋରେନ ଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପୁଅ ରମେଶ ଏକ ଟାଙ୍ଗିଆ ସାହାଯ୍ୟରେ ବାପା କୁ ଅତି ନୃଶଂସ ଭାବରେ ହତ୍ୟା କରିଥିଲେ । ଖବର ପାଇ ରାସଗୋବିନ୍ଦପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାକାରୀ ପୁଅକୁ ଅଟକ ରଖିବା ସହ ଏଥିରେ ବ୍ୟବହୃତ ହୋଇଥିବା ଟାଙ୍ଗିଆ କୁ ମଧ୍ୟ ଜବତ କରିଛି । ଶବ ବ୍ୟେବଛେଦ ପାଇଁ ପଠାଇବାର ବ୍ୟବସ୍ଥା କରିବା ସହ ଅଧିକ ତଦନ୍ତ ଜାରୀ ରଖିଛି ।