ବାରିପଦା(ନିରପେକ୍ଷ ଖବର)ତା–୧୪/୦୨/୨୦୨୦-ନିଶାସକ୍ତ ଅବସ୍ଥାରେ କର୍ତ୍ତବ୍ୟ ରତ ପୋଲିସଙ୍କର ଉନ୍ମତ କାଣ୍ଡ । ଏହି ଭଳି ଘଟଣା ଦେଖିବାକୁ ମିଲିଛି ମୟୁରଭଂଜ ଜିଲ୍ଲା ବଡ଼ସାହି ଥାନା ହିଙ୍ଗୁଳା ଯାତ୍ରାରେ ।ଏହି ଅଞ୍ଚଳରେ ଏହା ଏକ ବଡ଼ ପର୍ବ ହୋଇଥିବାରୁ ହିଙ୍ଗୁଳା ଯାତ୍ରାରେ ମା” ଙ୍କ ଦର୍ଶନ ଓ ଆଶିଷ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ ।ସେଥି ପାଇଁ ଏହି ଯାତ୍ରା କୁ ଶୃଙ୍ଖଳିତ କରୁବାକୁ ପ୍ଲାଟୁନ୍ ପ୍ଲାଟୁନ୍ ପୋଲିସ୍ ମୁତୟନ କରାଯାଏ । ହେଲେ ଏଠାରେ ଖୋଦ ପୋଲିସ୍ କାର୍ଯ୍ୟରେ ଥାଇ ମଧ୍ୟ ବେଶୃଙ୍ଖଳିତ ଆଉ ନିଅମ କାନୁନକୁ ଦଳି ମକଚି ଦେଇ ଯାତ୍ରାକୁ ଆସିଥିବା ଭକ୍ତମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ। ଯାହା ଏବେ ପୋଲିସ ବିଭାଗର ସ୍ୱଚ୍ଛତାକୁ ନେଇ ତୀବ୍ର ପ୍ରଶ୍ନ ଉଠାଉଛି। ମଦ୍ୟପାନ କରିଥିବା ପୋଲସ କର୍ମଚାରୀ ଜଣକ ନିଶାକ୍ତ ଅବସ୍ଥାରେ କେତେବେଳେ ଖାକିକୁ ଖୋଳୁଥାନ୍ତି ତ କେତେବେଳେ ଖାକିକୁ ଖୋଲି ତଳେ ଫପାଡ଼ି ଦେଉଥାନ୍ତି । ସେଠାରେ ଉପସ୍ଥିତ ଥିବା ଲୋକମାନେ ମଦ୍ୟପ ପୋଲିସ ଜଣଙ୍କୁ ବୁଝାସୁଝା କରିବାସହ ଗାଳିଗୁଲଜ ନକରିବାକୁ ଅନୁରୋଧ କରିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏନେଇ ଆମ୍ଭେ ଏସ.ଡି.ପି.ଓ ଲଳିତ ପଟ୍ଟନାୟକଙ୍କୁ ଯୋଗାଯୋଗ କରିଥିଲୁ। ଏଭଳି ଘଟଣା ଘଟିଥିବା କଥାକୁନେଇ ସେ କହିଛନ୍ତି ଘଟଣାର ତଦନ୍ତ କରାଯିବା ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆ ଯିବ ।
