ବାରିପଦା(ନିରପେକ୍ଷ ଖବର)ତା-୦୨/୦୩– ସରକାର ଙ୍କ ପକ୍ଷରୁ କିଛି ମାସ ପାଇଁ କୋହଳ ହୋଇଥିବା ମୋଟର ଯାନ ଆଇନର ଡେଡ଼ ଲାଇନ ଶେଷ ହୋଇଛି।ଟ୍ରାଫିକ ନିୟମ ଉଲ୍ଲଘନକାରୀ ସାବଧାନ କରିବାକୁ ନିୟମ କାନୁନ କୁ କଡ଼ାକଡ଼ି କରି ପାଳନ କରିବା ଯାଞ୍ଚ ଆରମ୍ଭ ହୋଇଯାଇଛି। ନୂଆ ମୋଟରଯାନ ଆଇନ ସେପ୍ଟେମ୍ବର ୧, ୨୦୧୯ରୁ ଲାଗୁ ହୋଇଥିଲା। ପରିବହନ ବିଭାଗ ପକ୍ଷରୁ ଡିସେମ୍ବର ୩୧ରୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ସମୟ ସୀମାକୁ କହଳ କରାଯାଇଥିଲା କାରଣ ମୋଟର ଯାନ ମାନଙ୍କ ର ସମସ୍ତ କାଗଜପତ୍ର କରିବାକୁ ସମୟ ଦିଆଯାଇଥିଲା।କିନ୍ତୁ ମାର୍ଚ୍ଚ ୧ ତାରିଖ ରୁ ଟ୍ରାଫିକ୍ ଚେକିଂରେ ଧରାପଡିଲେ ସଭିଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡିବ।
ଆଜି ଠାରୁ ନୂଆ ମୋଟରଯାନ ଆଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ବିଶେଷକରି ଓଭରଲୋଡି ଗାଡି ,ରଙ୍ଗ ରୁଟରେ ଗାଡି ଚାଳନା ,ବିନା ହେଲମେଟ,ବିନା କାଗଜପତ୍ର ରେ ଗାଡି ଚାଳନା କରିବା ଓ ମଦ୍ୟପାନ କରି ଗାଡି ଚାଳନା ଉପରେ ପୋଲିସ ବିଭାଗ ନଜର ରଖିଛି।ପୋଲିସ ବିଭାଗ ପକ୍ଷରୁ ବାରିପଦା ସହର ମଧ୍ୟରେ ଥିବା କିଛି ସ୍ଥାନ ମାନଙ୍କ ରେ ଗାଡି ମୋଟର ଯାଞ୍ଚ ହୋଇଥିଲା।ସହରରେ ଥିବା ପାଲବଣି ଗୋଲେଇ ବାଇପାସ ନିକଟରେ ଜୋରସୋର ଚେକିଙ୍ଗ କରିବା ସହିତ ବହୁତ ଲୋକଙ୍କ ଠାରୁ ମୋଟା ଅଙ୍କର ଫାଇନ ମଧ୍ୟ ଆଦାୟ ହୋଇଥିଲା।କିଛି ଲୋକ ଚେକିଙ୍ଗ ଦେଖି ଭୟ ରେ ଖସି ପଳେଇ ଯିବାକୁ ଚେଷ୍ଟା କଲା ବେଳେ ଦୁର୍ଘଟଣା ର ମଧ୍ୟ ଶିକାର ହୋଇଛନ୍ତି।ସେଠାରେ କିଛି ସାଧାରଣ ଲୋକ ସମୟ ସୀମା ଆହୁରି କିଛି ବୃଦ୍ଧି କରାଯାଉ ବୋଲି ଦାବି କରିଛନ୍ତି।


କିନ୍ତୁ ପୋଲିସ ବିଭାଗ ଓ ପରିବହନ ବିଭାଗ ପକ୍ଷରୁ ହେଉଥିବା ମିଳିତ ଯାଞ୍ଚ ସମୟର ନିୟମ ଭଙ୍ଗ କରୁଥବା ୫୦ ଟି ଗାଡି ଚାଳକ ମାନଙ୍କୁ ଠାରୁ ମୋଟା ଅଙ୍କର ତଣ୍ଡ ଆଦାୟ କରିଛି।ସେଥି ମଧ୍ୟରୁ ସର୍ବାଧିକ ୨୦,୦୦୦ ଟଙ୍କାର ଫାଇନ ଆଦାୟ କରାଯାଇଛି।ନିୟମ ଅନୁଯାୟୀ ଟ୍ରାଫିକ ନିୟମ ଉଲଂଘନ କାରି ମାନକୁ ଜରିମାନା ଦେବା ସହ ଘଟଣାସ୍ଥଳରେ ଗିରଫ କରାଯିବ।
