ବାରିପଦା ୦୨/୦୩-(ନିରପେକ୍ଷ ଖବର): ସହରରେ କଳା ପଲସର ଆତଙ୍କ । ସନ୍ଧ୍ୟା ୬ଟା ବେଳେ ୮୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ । ଲୁଟର ଶିକାର ହେଲେ ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୧୦ର ସୁଲଚନା ନାଏକ ।ସୋମବାର ସନ୍ଧ୍ୟା ୬ଟା ସମୟରେ ସ୍ଥାନୀୟ ଏକ ବନ୍ଧନ ବ୍ୟାଙ୍କରୁ ୮୦ ହଜାର ଟଙ୍କା ଉଠାଇ ଘରକୁ ଫେରୁ ଥିବା ବେଳେ କାନ୍ଦିମନ୍ଦିର ସାହି ନିକଟରେ ଲୁଟ ଶିକାର ହେଲେ । ଦୁଇ ଜଣ ଦୁର୍ବୁତ୍ତ ଏକ କଳା ପଲସରରେ ଆସି ଛଡାଇ ନେଇ ଚମ୍ପଟ ମାରିଲେ ।ବାରିପଦା ଟାଉନ ଥାନା ରେ ଏ ବାବଦରେ ଏକ ଅଭିଯୋଗ ହୋଇଛି।ଅଭିଯୋଗ ଅନୁଯାୟୀ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରିଛି।
