ବାରିପଦା(ନିରପେକ୍ଷ ଖବର)ତା-୦୭/୦୩/୨୦୨୦-ମୟୁରଭଞ୍ଜ ପୁଲିସର ରାଜକିଅ ଠାଣି। ଏସପିଙ୍କ ଜନ୍ମଦିନ ପାଳନ ପାଇଁ ଦୁଇ ଘଂଟା ରାସ୍ତା ବନ୍ଦ ରଖିଲା ପୁଲିସ ପ୍ରଶାସନ। ନାହିଁ ନ ଥିବା ଅସୁବିଧାରେ ସମ୍ବୁଖୀନ ହେଲେ ଲୋକେ। ଗଣମାଧ୍ୟମ କର୍ମୀ ପହଂଚିବା ପରେ ଗମନାଗମନ ହେଲା ସ୍ୱାଭାବିକ। ଘଟଣା ଟି ଏଭଳି…ଆସନ୍ତୁ ଦେଖିବା… ମୟୁରଭଞ୍ଜ ଏସପି ପରମାର ସ୍ମିତ ପୁରୁଷୋତ୍ତମ ଦାସଙ୍କ ଆଜି ହେଉଛି ଜନ୍ମଦିନ। ଜନ୍ମଦିନ ପାଳନ ପାଇଁ ତାଙ୍କ ପାଖକୁ ଶୁଭେଛା ଦେବାକୁ ପୁଲିସ ବିଭାଗର ଅନେକ କର୍ମଚାରୀ ଆସୁଥିବାରୁ ଏହି ରାସ୍ତାକୁ ବନ୍ଦ ରଖାଯାଇଥିବା ଅଭିଯୋଗ ଆସିଥିଲା। ଡ୍ରିଙ୍କ ଏଣ୍ଡ ଡ୍ରାଇଭ ଚେକିଂ ଆଳରେ ସନ୍ଧ୍ୟା ୮ ଟା ରୁ ରାତି ୧୦ ଟା ପର୍ଯ୍ୟନ୍ତ ବେରିକେଟ ଲଗାଇ ଉଭୟ ପାର୍ଶ୍ୱରେ ରାସ୍ତା ବନ୍ଦ ରଖାଯାଇଥିଲା। ଏଥିପାଇଁ ଟ୍ରାଫିକ ପୁଲିସର ପାଖାପାଖି ୧୫ ଜଣ କର୍ମଚାରୀ ମୁତୟନ ହୋଇଥିଲେ ମଧ୍ୟ ଏହି ସମୟରେ କାହାକୁ କିଛି ଚେକିଂ କରାଯାଇ ନ ଥିଲା।
ମୟୁରଭଂଜ ଆରକ୍ଷୀ ଅଧୀକ୍ଷକ ଏଭଳି ରାଜକୀୟ ଠାଣିକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।ମୟୁରଭଂଜ ଇତିହାସ ରେ ଏଭଳି ଘଟଣା କେବେ ଦେଖିବାକୁ ମିଳିନଥିଲା ବେଳେ ଏସ୍ପି ପରମାର ସ୍ମିଥ ଙ୍କ ଏ ବିଚିତ୍ର ନୀତିକୁ ନେଇ ବିଭିନ ମହଲରେ ଆଲୋଚନା ଜୋର ଧରିଛି।
