ବାରିପଦା(ନିରପେକ୍ଷ ଖବର)ତା-୦୯/୦୩-ମୟୁରଭଞ୍ଜ ଇତିହାସରେ ଏମିତି କେବେ ଘଟି ନ ଥିଲା। କିନ୍ତୁ ଏବେ ଘଟିଛି। ଏସପିଙ୍କ ଦବଙ୍ଗ ଗିରି ଓ ରାଜକୀୟ ଠାଣି ସାମ୍ନାକୁ ଆସିଛି। ଜନ୍ମଦିନ ପାଳନ କରିବା ପାଇଁ ରାଜରାସ୍ତାକୁ ସେ ବନ୍ଦ ରଖିବାକୁ ବି ପଛାଇଲେ ନାହିଁ। ୫ ମିନିଟ କି ୧୦ ମିନିଟ ନୁହେଁ ଦୁଇ ଘଣ୍ଟା ଧରି ମୁଖ୍ୟ ରାସ୍ତାକୁ ବନ୍ଦ ରଖିଲେ। ସେ ପୁଣି ଜିଲ୍ଲାର ମୁଖ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ବୁଖ ଭାଗ ରାସ୍ତା। ସବୁଠୁଁ ଦୁଃଖର ବିଷୟ ରାସ୍ତା ବନ୍ଦ କରିବାକୁ ୧୫ ରୁ ଅଧିକ ସରକାରୀ ବେତନଭୋଗୀ ସୁରକ୍ଷା କର୍ମୀଙ୍କୁ ନିଜ ଜନ୍ମ ଦିନ ପାଳନ ପାଇଁ ଏହି କାର୍ଯ୍ୟରେ ନିୟୋଜନ କଲେ। ରାଜା କି ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କ ପାଇଁ ବି କୋୖଣସି ଗୁରୁତ୍ୱପୂର୍ଣ୍ଣ ରାସ୍ତାକୁ ଏଭଳି ବନ୍ଦ କରାଯାଏନି। ହେଲେ ଜଣେ କର୍ତ୍ତବ୍ୟନିଷ୍ଠ ଆଇପିଏସ ଅଫିସରଙ୍କ ଏଭଳି ରାଜକୀୟ ଠାଣି ସାରା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ଏଭଳି ଘଟଣା ଗତ ଶନିବାର ରାତିରେ ଘଟିଥିଲା। ଯାହାର ଖବର ପ୍ରଥମେ ଆମେ (ନିରପେକ୍ଷ ଖବର) ପ୍ରକାଶ କରିଥିଲୁ। ମାତ୍ର ଏହି ଘଟଣା ଘଟିବାର ଦୁଇଦିନ ବିତି ଯାଇଥିଲେ ମଧ୍ୟ ଏସପି କୌଣସି ସାମ୍ବାଦିକ ସମ୍ବିଳନୀ ବି ଡାକିଲେନି। କି ନିଜ ଦୋଷକୁ ସ୍ୱୀକାର କଲେ ନାହିଁ। ସେ ଯାହା ବି ହେଉ…ଏସପିଙ୍କ ଏଭଳି କାର୍ଯ୍ୟଶୈଳୀ ଉପରେ ସରକାର କେବେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଜନସାଧାରଣ ଙ୍କ ଦେଖିବାକୁ ବାକି ରହିଲା ।
