ବାରିପଦା(ନିରପେକ୍ଷ ଖବର)ତା-୧୯/୦୩-ପିଆରଏମ ମେଡିକାଲରେ ଚିକିତ୍ସାଧିନ କରୋନା ସନ୍ଦିଗ୍ଧ ସୁସ୍ଥ ହୋଇ ଘରକୁ ଫେରିଲେ। କରୋନାକୁ ନେଇ କେହି ଭୟଭୀତ ହୁଅନ୍ତୁ ନାହିଁ। ମୟୁରଭଞ୍ଜରେ ଏ ପର୍ଯ୍ୟନ୍ତ କେହି କରୋନା ରୋଗରେ ପଜେଟିଭ ଚିହ୍ନଟ ହୋଇ ନାହାଁନ୍ତି। କରୋନା ଆକ୍ରାନ୍ତ ସନ୍ଦେହରେ ବାରିପଦା ମୁଖ୍ୟ ଡାକ୍ତରଖାନା ଆଇସଲେସନ ୱାର୍ଡରେ ଭର୍ତ୍ତି ହୋଇଥିବା ଯୁବକଙ୍କୁ ଗତକାଲି ରାତିରେ ଡିସ୍ଚାର୍ଜ କରାଯାଇଛି। ସନ୍ଦିଗ୍ଧ ଜଣଙ୍କ ରାଜ୍ୟର ଏକମାତ୍ର କରୋନା ଆକ୍ରାନ୍ତଙ୍କ ସହିତ ସମାନ ଟ୍ରେନରେ ଦିଲ୍ଲୀରୁ ଭୁବନେଶ୍ବର ଆସିଥିଲେ ବୋଲି ସେ ନିଜ ଆଡୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ କହିଥିଲେ। ଏ ସମ୍ପର୍କରେ ସେ ଗତ ସୋମବାର ଦିନ ତାକ୍ତରଖାନାରେ କହିବାପରେ ଡାକ୍ତରଖାନାରେ ତାଙ୍କୁ ଆଇସୋଲେସନ୍ ୱାର୍ଡରେ ରଖି ଚିକିତ୍ସା କରାଯାଉଥିଲା। ତେବେ ଆଇସୋଲେସନରେ ରହିବା ପରେ ତାଙ୍କ ଦେହରେ କରୋନାର କୌଣସି ଲକ୍ଷଣ ଦେଖା ଯାଇ ନ ଥିଲା। ତେଣୁ ଗତକାଲି ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିବା ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁଜୟ କୁମାର ପତି ସୂଚନା ଦେଇଛନ୍ତି । ଏଥିସହିତ କରୋନାକୁ ନେଇ କେହି ଭୟଭୀତ ନ ହେବାକୁ ସେ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି।
