ଭୁବନେଶ୍ୱର, ନିରପେକ୍ଷ ଖବର:୨୬/୩: ପୁଣି ଆଉ ଜଣେ କରୋନା ପଜେଟିଭି ରୋଗୀ ଓଡ଼ିଶାରେ ବାହିରିଛିନ୍ତି। ପୂର୍ବରୁ ୨ଜଣ ରୋଗୀଙ୍କୁ କରୋନା ପଜେଟିଭି ଚିହ୍ନଟ କରାଯାଇ ଥିବାବେଳେ ଆଜି ରାତି ପ୍ରାୟ ୯ଟା ସମୟରେ ଏହା ତିନି କୁ ବୃଦ୍ଧି ପାଇଛି। କରୋନା ଭାଇରସର ଭୟାବହତାକୁ ଲକ୍ଷ କରି କେନ୍ଦ୍ର ସରକାର ମାର୍ଚ୍ଚ ୨୫ ତାରିଖରୁ ଏପ୍ରିଲ ୧୪ପର୍ଯ୍ୟନ୍ତ ସମଗ୍ର ଭାରତକୁ ଲକ ଡାଉନ ରଖିଛନ୍ତି। ଏଭଳି ସମୟରେ ରାଜଧାନୀରେ ପୁଣି ଜଣେ ପଜେଟିଭି ରୋଗୀ ଜଣାପଡିଛି ବୋଲି ଭୁବନେଶ୍ୱରର ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। ଆକ୍ରାନ୍ତଙ୍କ ବୟସ ୬୦ ବର୍ଷର ହୋଇଛି। କରୋନା ଏକ ମହାମାରୀର ରୂପ ନେବାକୁ ଆଶଙ୍କା କରାଯାଉଥିବା ଲକ୍ଷ୍ୟ କରି ସମଗ୍ର ଜନସାଧାରଣଙ୍କୁ ଏନେଇ ସଚେତନ କରାଯାଉଛି। ତଥାପି ସରକାରଙ୍କ କଟକଣାକୁ ବେଖାତିର କରି ଲୋକେ ବାହାରେ ବୁଲାବୁଲି କରିବାକୁ ବି ପଛାଉ ନାହାନ୍ତି। କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ବାହାରେ ମିଳାମିଶା ନ କରି ସମସ୍ତେ ଘର ଭିତରେ ରହିବାକୁ ବାରମ୍ବାର ରାଜ୍ୟ ସରକାର ଅନୁରୋଧ କରିଛନ୍ତି।
