ଭୁବନେଶ୍ୱର, ନିରପେକ୍ଷ ଖବର: ୩/୪: ଲକ ଡାଉନ୍ ସମୟରେ ଭୁବନେଶ୍ୱର,କଟକ ଓ ଭଦ୍ରକ ବାସୀ କେହି ବି ଘରୁ ବହାରିପାରିବେନି। ଲକ ଡାଉନ ନିୟମକୁ ଅଧିକ କଡ଼ାକଡ଼ି କଲେ ରାଜ୍ୟ ସରକାର । ଆଗାମୀ ୪୮ ଘଣ୍ଟା ପାଇଁ ଭଦ୍ରକ ଟାଉନ୍ ଓ ରାଜଧାନୀ ଭୁବନେଶ୍ୱର,କଟକକୁ ପୂରାପୂରି ସଟ୍ ଡାଉନ୍ ଘୋଷଣା କଲେ ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀ । ଶୁକ୍ରବାର ରାତି ୮ଟାରୁ ରବିବାର ରାତି ୮ ଯାଏଁ ଭଦ୍ରକ ଟାଉନ୍ ଓ ଭୁବନେଶ୍ୱର,କଟକ କୁ ସଟ୍ ଡାଉନ୍ ଘୋଷଣା କଲେ । ଲକ୍ ଡାଉନ୍ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀଦୋକାନ ଖୋଲା ରହିଥିବା ବେଳେ ସଟ୍ ଡାଉନ୍ ସମୟରେ ଏହି ସବୁ ଦୋକାନ ବନ୍ଦ ରହିବ । ଅର୍ଥାତ ତେଜରାତି ଦୋକାନ, ମାଛ, ମାସଂ, କ୍ଷୀର ଦୋକାନ ବନ୍ଦ ରହିବ । ମାତ୍ର ଅଳ୍ପ ସଂଖ୍ୟକ ଔଷଧ ଦୋକାନ ଖୋଲା ରହିବକୁ ନିର୍ଦ୍ଧେଶ ଦିଆଯାଇଥିବା ବେଳେ ଅନ୍ୟ ସମସ୍ତ। ଦୋକାନ ବନ୍ଦ ରହିବ। କେଉଁ ଅଞ୍ଚଳରେ କେତୋଟି ଦୋକାନ ଖୋଲା ରହିବ ସେ ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ । ମେଡିକାଲ ସେବା ସ୍ୱାଭାବିକ ରହିବ । କିନ୍ତୁ ଛୋଟ ରୋଗ ପାଇଁ ବାହାରକୁ ନ ଆସିବ ପାଇଁ ନିବେଦନ କରିଛନ୍ତି ପୋଲିସ ଡିଜି ଅଭୟ । ଯଦି ଆପଣଙ୍କ କୌଣସି ସ୍ୱାସ୍ଥ୍ୟଗତ ଏମରଜେନ୍ସି ରହିଛି ତେବେ ଆପଣ ଆମ୍ୱୁଲାନ୍ସ ବ୍ୟବହାର କରିପାରିବେ । ଏ ନେଇ ଭୁବନେଶ୍ୱରରେ ଆମ୍ୱୁଲାନ୍ସ ସଂଖ୍ୟାକୁ ବଢ଼ାଇ ଦିଆଯାଇଥିବା ଜଣାପଡିଛି। ତେବେ ଲକ୍ଡାଉନ୍ ସମୟରେ ଦିଆଯାଇଥିବା ପାସ୍ ସଟଡାଉନ୍ ସମୟରେ ଲାଗୁ ହେବ ନାହିଁ । ସଟଡାଉନ୍ ପାସ୍ ନେଇ ସ୍ୱତନ୍ତ୍ର ଭାବେ ଆବେଦନ କରିବାକୁ ପଡ଼ିବ । ୧୦୦ ନମ୍ୱରରେ କଲ୍ କରି ଭୁବନେଶ୍ୱରରେ ସଟ୍ ଡାଉନ୍ ପାସ୍ ପାଇଁ ଆବେଦନ କରିପାରିବେ ଏବଂ ଭଦ୍ରକ ଟାଉନ୍ରେ ସଟ୍ ଡାଉନ୍ ପାସ୍ ପାଇଁ ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିପାରିବେ ବୋଲି ସୂଚନା ପ୍ରଦାନ କରାଯାଇଛି।
