ଭୁବନେଶ୍ୱର:ନିରପେକ୍ଷ ଖବର:୦୩/୦୪/୨୦୨୦ ଗୋଟିଏ ଦିନରେ ରାଜ୍ୟରେ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ଏନେଇ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛି । ଏବେ ରାଜ୍ୟର ରାଜଧାନୀ ଭୁବନେଶ୍ବର ସ୍ଥିତ ସୂର୍ଯ୍ୟ ନଗର ବେଶୀ ଚିନ୍ତା ର କାରଣ ପାଲଟିଛି। ସୂର୍ଯ୍ୟନଗରର ପଞ୍ଚମ ଆକ୍ରାନ୍ତ ପ୍ରଦୀପ୍ତ ଦଳବେହେରାଙ୍କ ଠାରୁ ୭ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ପ୍ରଦୀପ୍ତଙ୍କ ସ୍ତ୍ରୀ ଓ ଝିଅଙ୍କ ସହ ତାଙ୍କ ଘରେ ରହୁଥିବା ଭଡ଼ାଟିଆ ଏମିତି ୭ ଜଣ ପ୍ରଦୀପ୍ତଙ୍କ ଠାରୁ ସାମାଜିକ ସଂକ୍ରମଣ ଦ୍ୱାରା କରୋନାରେ ଆକ୍ରାନ୍ତ ହୋଇଛନ୍ତି ।ବର୍ତ୍ତମାନ ପୁରୀରୁ ଏବଂ ଯାଜପୁରରୁ ଜଣେ ଲେଖାଏ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି। ସେହିଭଳି ଭଦ୍ରକରେ ପୂର୍ବରୁ ଜଣେ କରୋନା ଆକ୍ରାନ୍ତ ଥିବା କୁହାଯାଇଥିଲା, ଯାହାକି ଏବେ ୨କୁ ବୃଦ୍ଧି ପାଇଲାଣି। ଆଜିର ୧୫ ଜଣଙ୍କୁ ମିଶାଇଲେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହୋଇଛି। ଏମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇଛନ୍ତି।
