ଭୁବନେଶ୍ୱର, ନିରପେକ୍ଷ ଖବର:୦୫/୦୪ ଭୁବନେଶ୍ୱରରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବମିଖାଲ ଏବଂ କପିଳ ପ୍ରସାଦ ଅଞ୍ଚଳରୁ ୨ ଜଣ କରୋନା ପଜିଟିଭ ଥିବା ରବିବାର ଜଣାପଡିଛି। ୭୦ ବର୍ଷିୟ ବ୍ୟକ୍ତିଙ୍କ ନମୂନାରେ କରୋନା ପଜିଟିଭ ବାହାରିଛି। ବ୍ୟକ୍ତି ଜଣଙ୍କ କପିଳ ପ୍ରସାଦ ହାଉସିଂ ବୋର୍ଡ କଲୋନୀ ଫେଜ-୨ ଅଞ୍ଚଳର । ସେ ଅଷ୍ଟ୍ରେଲିଆରୁ ଫେରିଥିଲେ । ଗତ ୨୨ ତାରିଖରେ ସେ ଅଷ୍ଟ୍ରେଲିଆରୁ ଫେରିଥିବା ତାଙ୍କ ଗସ୍ତ ବିବରଣୀରେ ସ୍ପଷ୍ଟ । ତେବେ ବ୍ୟକ୍ତି ଜଣଙ୍କ ହୋମ କ୍ୱାରେଣ୍ଟାଇନରେ ଥିବା ନେଇ ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ ।ସେହିପରି ଅନ୍ୟ ଜଣେ କରୋନା ଆକ୍ରାନ୍ତ ବମିଖାଲ ଅଞ୍ଚଳର । ୨୯ ବର୍ଷିୟ ଯୁବକଙ୍କ ନମୂନା କୋଭିଡ-୧୯ ପଜିଟିଭ । ତେବେ ଆଜି ଆଉ ଦୁଇଟି ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି । ଆଉ ମୋଟ ପଜିଟିଭ ସଂଖ୍ୟାରୁ ୨ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ୨୧ଟି କରୋନା ଆକ୍ଟିଭ କେସ୍ ରହିଛି ।
