ଭୁବନେଶ୍ୱର, ନିରପେକ୍ଷ ଖବର:୦୫/୦୪/୨୦ ଆଜି ଗୋଟିଏ ଦିନରେ୧୮ ଜଣ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏମାନେ ସମସ୍ତେ ଭୁବନେଶ୍ୱରର। ସନ୍ଧ୍ୟାରେ ଚିହ୍ନଟ ହୋଇଥିବା ୧୬ ଜଣଙ୍କ ମଧ୍ୟରୁ୧୫ ଜଣ ବମିଖାଲ୍ ଅଞ୍ଚଳର। ଏବେ ଏହି ଅଞ୍ଚଳର ଥିବା ସମସ୍ତ ସନ୍ଦିଗ୍ଧ ଓ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେସନ୍ରେ ରଖାଯିବ।ସେଥିପାଇଁ ଜନସାଧାରଣଙ୍କୁ ଭୟଭୀତ ନହେବାକୁ ସ୍ୱାସ୍ଥ୍ୟ ବିଭାଗ କହିଛି। ତେବେ ଆଉ ଜଣେ ବ୍ୟକ୍ତି କେଉଁ ଅଞ୍ଚଳର ଏଯାଏ ଜଣାପଡ଼ି ନାହିଁ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ‘କରୋନା’ ରୋଗୀଙ୍କ ସଂଖ୍ୟା ୩୯।
