ବାରିପଦା(ନିରପେକ୍ଷ ଖବର)ତା-୧୫/୦୪-କୋରୋନା ଭାଇରସ ବିଶ୍ଵରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଭାରତ ରେ ମଧ୍ୟ କାୟା ବିସ୍ତାର କରିବାରେ ଲାଗିଛି। ଓଡିଶା ସରକାର କୋରୋନା ଭାଇରସ ରୋକିବା ପାଇଁ ଅନେକ ଯୋଜନା ପ୍ରଣୟନ କରୁଛନ୍ତି। ବୁଧବାର ମୟୁରଭଞ୍ଜ ଜିଲ୍ଲା ଆଦାନୀ କିସ ପରିସରରେ କାର୍ଯ୍ୟକ୍ଷମ ହୋଇଛି ସ୍ବତନ୍ତ୍ର କୋଭିଡ-19 ହସ୍ପିଟାଲ।ସ୍ଥାନୀୟ ବାଙ୍କିଶୋଳ ସ୍ଥିତ କିସ୍ କ୍ୟାମ୍ପସରେ ଏହି ହସ୍ପିଟାଲ ରହିଛି।ଏଥିରେ କରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧ ଚିକିତ୍ସା କରାଯିବ। ମୟୁରଭଞ୍ଜ ଜିଲ୍ଲାରେ ୨୦ଟି ICU ସହ ୨୦୦ ଶଯ୍ୟା ବିଶିଷ୍ଟ ଏହି ସ୍ବତନ୍ତ୍ର କୋଭିଡ଼ ହସ୍ପିଟାଲ ବୁଧବାର ଠାରୁ କାର୍ଯ୍ୟକ୍ଷମ ହୋଇଛି।ଡ଼ଃ ସୁଧୀର ଶତପଥୀ (କିମସ)ବାରିପଦା କୋଭିଡ଼ ହସ୍ପିଟାଲର ମୁଖ୍ୟ ପରିଚାଳକ ହୋଇଛନ୍ତି।କିମସ ଏବଂ ଜିଲ୍ଲାପ୍ରଶାସନ ମଧ୍ୟରେ ଏମ୍ଓୟୁ ସ୍ବାକ୍ଷରିତ ହେବାର ସପ୍ତାହକ ମଧ୍ୟରେ କାର୍ଯ୍ୟକ୍ଷମ ହୋଇଛି ସ୍ବତନ୍ତ୍ର କୋଭିଡ-19 ହସ୍ପିଟାଲ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ରୁ ଭିଡ଼ିଓ କଂଫେରେନ୍ସିଂଗ ଜରିଆରେ ଶୁଭ ଉଦଘାଟନ କରିଛନ୍ତି। ସ୍ଥାନୀୟ ବାଙ୍କିଶୋଳସ୍ଥିତ କିସ୍ କ୍ୟାମ୍ପସ୍ ରେ ଆଜି ସକାଳ ୧୧:୩୦ ସମୟରେ ଏହି ହସ୍ପିଟାଲ ଶୁଭାରମ୍ଭ ହୋଇଯାଇଛି। ଏଥିରେ କରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧ ଚିକିତ୍ସା କରାଯିବାର ସୁବ୍ୟବସ୍ଥା ଅଛି। ଏହି ଅବସରରେ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ଭୁବନେଶ୍ୱର କିମସ ହସ୍ପିଟାଲ ସି.ଇ.ଓ. ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ, ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ସିଡିଏମ୍ଓ ଡାକ୍ତର ରୂପଭାନୁ ମିଶ୍ର ପ୍ରମୁଖ ଉପସ୍ଥିତ ରହି ହସ୍ପିଟାଲର ଶୁଭ ଉଦଘାଟନ କରିଛନ୍ତି ।ଚଳିତ ମାସ ସୁଦ୍ଧା ରାଜ୍ୟର ୩୬ଟି ସ୍ଥାନରେ ୬୦୦୦ ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।ତେବେ ଆଗାମୀ ଏକ ସପ୍ତାହ ମଧ୍ୟରେ ରାଜ୍ୟର ପ୍ରତି ଜିଲ୍ଲାରେ କୋଭିଡ୍ ହସ୍ପିଟାଲ୍ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

