ଭୁବନେଶ୍ୱର, ନିରପେକ୍ଷ ଖବର:ତା,୨୦/୦୪ ଲକ୍ ଡାଉନ୍ ନିୟମ ଉଲ୍ଲଂଘନ କରି ପରିବାର ସଦସ୍ୟଙ୍କ ସହ ପୁରୀ ଶ୍ରୀମନ୍ଦିର ଯାଇଥିବା ଘଟଣାରେ ଯାଜପୁର ବଡ଼ଚଣା ଥାନା ଅଧିକାରୀ ଦୀପକ କୁମାର ଜେନାଙ୍କୁ ପୁଲିସ ମହାନିର୍ଦ୍ଦେଶକ ଅଭୟ ସୋମବାର ନିଲମ୍ବନ କରିଥିବା ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । କରୋନା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ହୋଇଥିବାବେଳେ ଥାନା ଅଧିକାରୀ ଦୀପକ କୁମାର ଜେନା ପରିବାର ସହ ରବିବାର ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ ।
