ବାରିପଦା(ନିରପେକ୍ଷ ଖବର)ତା୨୦/୦୧- ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି।ଅଗ୍ନିଶମ ବିଭାଗ ଅଗ୍ନିକାଣ୍ଡ ସ୍ଥାନରେ ପହଞ୍ଚି ନିଆଁକୁ ଆୟତ କରିବା ରେ ସକ୍ଷମ ହୋଇଛି।ସୂଚନା ଅନୁସାରେ ସୋମବାର ୯ ଟା ସମୟରେ ସାକିଆଟ୍ରିକ ବିଭାଗରେ ଇଲେକ୍ଟ୍ରିକାଲ ସଟ୍ ସର୍କିଟ ଯୋଗୁଁ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି।ଅଗ୍ନିକାଣ୍ଡ ସମୟରେ କେହି ରୋଗୀ ନଥିବା ବେଳେ ୱାର୍ଡ ଭିତରେ ଥିବା ଏସି ,ଟେବଲ, ଚିଆର ଓ କାଗଜପତ୍ର ସହିତ ଆନୁମାନିକ ୫୦୦୦୦ ଟଙ୍କାର ଆନୁମାନିକ କ୍ଷୟକ୍ଷତି ହୋଇଛି।
