ଭୁବନେଶ୍ୱର, ନିରପେକ୍ଷ ଖବର:ତା,୨୫/୦୪/୨୦ ଓଡ଼ିଶାରେ ଲକ୍ ଡାଉନ୍ ହୋଇ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଛୁଇଁଲା। ସଚେତନ ହେଉନାହାନ୍ତି ଜନସାଧାରଣ । ଯାହା ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା କମିବା ବଦଳରେ ବୃଦ୍ଧି ପାଉଛି। ଆଜି ଯାଜପୁର ଅଂଚଳରୁ ୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତେ ପୁରୁଷ। ସେମାନଙ୍କ ବୟସ ୨୩,୪୯,୫୨,୫୭ ଓ ୫୦ ବର୍ଷ। ସେମାନଙ୍କ ମଧ୍ୟରୁ ୪ଜଣ ଆକ୍ରାନ୍ତ କଟିକଟା ଅଞ୍ଚଳର ଓ ଜଣେ ୩୯ ବର୍ଷୀୟ ପୁରୁଷ ମଳିକାପୁର ପଂଚାୟତର ମହାନ୍ତିପାଟଣା ଅଞ୍ଚଳର ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ପ୍ରଶାସନ । ୬ଜଣ ଯାକ କଲିକତା ଫେରନ୍ତା ।ଏଇ ୬ ଜଣଙ୍କୁ ମିଶାଇ ଯାଜପୁରର ମୋଟ ଆକ୍ରାନ୍ତ ସଂଖ୍ୟା ୧୮ରେ ପହଞ୍ଚିଲା। ଓଡ଼ିଶାରରେ ପୂର୍ବରୁ ଆକ୍ରାନ୍ତଙ୍କ ସଂଖ୍ୟା ୯୪ରେ ଥିଲା ବର୍ତ୍ତମାନ ସମୁଦାୟ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେ ପହଞ୍ଚିଲା ।

