ଭୁବନେଶ୍ୱର,ନିରପେକ୍ଷ ଖବର:ତା,୨୫/୧୨/୧୯:ରାଜଧାନୀ ଭୁବନେଶ୍ୱରରେ ହୁ ହୁ ହୋଇ ଜଳିଲା ବସ। ନିଆଁକୁ ଆୟତ କରିବା ପାଇଁ ଅଗ୍ନିଶମ ବିଭାଗ ଦୀର୍ଘ ସମୟ ଧରି ଉଦ୍ୟମ ଜାରି ରଖିଥିଲେ ମଧ୍ୟ ନିଆଁ ଆୟତ ହେବା ବେଳକୁ ବସଟିର ୭୦ଭାଗ ଜଳି ପୋଡି ପାଉଁଶ ହୋଇଯାଇଥିଲା। ସୂଚନା ମୁତାବକ ବୁଧବାର ସହୀଦନଗରରେ ଇମ୍ଫା ପାର୍କ ନିକଟରେ ଦୀର୍ଘ ଦିନ ଧରି ରାସ୍ତା ଉପରେ ଠିଆ ହୋଇଥିବା ଏକ ବସ୍ରେ ହଠାତ୍ ଭୟଙ୍କର ନିଆଁ ଲାଗିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଘଟଣାସ୍ଥଳରେ ଏକ ଭୟଙ୍କର ବାତାବରଣ ସୃଷ୍ଟି କରିଥିଲା। ଉଚିତ୍ ସମୟରେ ସ୍ଥାନୀୟ ଜନସାଧାରଣ ଦମକଳ ବାହିନୀକୁ ଡାକିଦେବାରୁ ଯଥା ଶୀଘ୍ର ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଁଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ।
ଦମକଳ ବାହିନି ପାଣି ଢାଳି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ। ସୂଚନା ମୁତାବକ ଦମକଳ ବାହିନି ନିଆଁକୁ ଆୟତ କରିବାରେ ସଫଳ ହୋଇଛନ୍ତି ।ଏହା ସତ୍ୱେ ମଧ୍ୟ ବସଟି ୭୦%ଜଳିଯାଇଛି ଏହି ଅଗ୍ନିକାଣ୍ଡ ପଛରେ କାରଣ କଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।ବସର ନମ୍ବର – କେ ଏ ୦୧ ଡି ୫୧୮୦ ରହିଛି ।