ଭୁବନେଶ୍ୱର, ନିରପେକ୍ଷ ଖବର:ତା,୧୧/୦୫ କରୋନା ପଜିଟିଭ୍ ଙ୍କୁ କୋଭିଡ୍ ହସ୍ପିଟାଲ ନେବାର ଆବଶ୍ୟକତା ନାହିଁ । ଯଦି ଜଣେ ବ୍ୟକ୍ତି କେରାନା ପଜିଟିଭ୍ ଚିହ୍ନଟ୍ ହେଉଛନ୍ତି ଓ ତାଙ୍କ ଶରୀରରେ କୌଣସି ଲକ୍ଷଣ ପ୍ରକଶ ପାଉନାହିଁ ବା ସାମାନ୍ୟ ଲକ୍ଷଣ ଅଛି ତେବେ ତାଙ୍କୁ ଘରେ ସଙ୍ଗରୋଧରେ ରଖିବାକୁ ଅନୁମତି ଦେବେ ସରକାର । ପ୍ରାଥମ ପର୍ଯ୍ୟାୟରେ କେବଳ ସହରାଂଚଳରେ ଏହି ନିୟମ ଲାଗୁ ହେବ ।
ତେବେ ଘରେ ସଙ୍ଗରୋଧରେ ରହିବାକୁ କିଛି ସର୍ତ୍ତାବଳୀ ଅଛି । ସେହି କରୋନା ପଜିଟିଭ୍ ମାନେ ନିଜ ଘରେ ସଙ୍ଗରୋଧରେ ରହିବେ । ଯେଉଁ ଆକ୍ରାନ୍ତଙ୍କ ପାଇଁ ଘର ଭିତରେ ସ୍ୱତନ୍ତ୍ର କୋଠରୀ ଓ ଶୈାଚାଳୟ ଥିବା । ନିଜ ଘରେ ରହୁଥିବା କରୋନା ପଜିଟିଭ୍ ଙ୍କ ହାତରେ ଲାଗିବ ଅଲିଭା କାଳୀର ଏକ ଷ୍ଟାମ୍ପ ଓ ବ୍ୟାଣ୍ଡ ହାତରେ ଲାଗିବ । ଆଉ କରୋନା ଆକ୍ରାନ୍ତ ରହୁଥିବା ଘର ବାହାରେ ଲାଗିବ ପୋଷ୍ଟର । କରୋନା ଆକ୍ରାନ୍ତ ରହୁଥିବା ଘରେ କଂଟେନକେମଂଟ ଜୋନର ସର୍ତ୍ତ ଲାଗୁ ହେବ ।ସେହିପରି କରୋନା ରୋଗୀଙ୍କ ଡିସଚାର୍ଜ ପଲିସକୁ ନେଇ କେନ୍ଦ୍ର ସରକାର ଜାରି କରିଥିବା ଗାଇଡଲାଇନରେ କିଛି ପରିବର୍ତ୍ତନ ଆଣି ଏହାକୁ ଆହୁରି କଠୋର କରିଛନ୍ତି ରାଜ୍ୟ ସରକାର । ହସ୍ପିଟାଲରୁ ଡିସଚାର୍ଜ ହେଉଥିବା କରୋନା ଆକ୍ରାନ୍ତଙ୍କ ପାଇଁ ୧୪ ଦିନର ହୋମ କ୍ୱାରେଂଟିନ ବାଧ୍ୟତାମୂଳକ । ସୁସ୍ଥ ହେଉଥିବା କରୋନା ରୋଗୀଙ୍କ ପାଇଁ ଘର ଭିତରେ ସ୍ୱତନ୍ତ୍ର କୋଠରୀ ଓ ଶୈାଚାଳୟ ଥିବା ଜରୁରୀ । ଘରେ ସଙ୍ଗରୋଧର ସୁବିଧା ନଥିଲେ ଡିସଚାର୍ଜ ହେଉଥିବା କରୋନା ଆକ୍ରାନ୍ତଙ୍କୁ ସରକାରୀ ସଙ୍ଗୋରଧ ଗୃହରେ ରଖାଯିବ ।

କରୋନା ରୋଗୀଙ୍କ ଚିକିତ୍ସା ଓ ହସ୍ପିଟାଲରୁ ଡିସଚାର୍ଜ ପଲିସି ଭିତରେ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ରାଜ୍ୟରେ ଗତ କିଛି ଦିନ ଭିତରେ ଚିହ୍ନଟ ହୋଇଥିବା ୨୪୧ କରୋନା ଆକ୍ରାନ୍ତଙ୍କ ଭିତରୁ ୨୨୯ଜଣ କ୍ୱାରେଂଟିନ ସେଂଟରେ ଅଛନ୍ତି । ୧୨ଜଣ ସଙ୍ଗରୋଧ ଗୃହ ବାହାରେ ଚିହ୍ନଟ ହୋଇଛନ୍ତି ।
ତେବେ ପ୍ରଶ୍ନ ଉଠୁଛି ଏହି ୧୨ଜଣ କେଉଁଠୁ ଆସିଲେ? ସେମାନଙ୍କ ବିଷୟରେ ତଥ୍ୟ ହାସଲ କାରିବା ନିହାତି ଆବଶ୍ୟକ । କାରଣ ସେମାନେ କେଉଁ ସୂତ୍ରରୁ ଆକ୍ରାନ୍ତ ହୋଇଛନ୍ତି ତାହା ଜାଣିବା ନିହାତି ଦରକାର ।
