ଅମ୍ଫନ ପ୍ରଭାବରେ ବର୍ଷା ପବନ ଜାରିବା
ରିପଦା(ନିରପେକ୍ଷ ଖବର)ତା-୨୦/୦୫-ମୟୂରଭଞ୍ଜ ଜିଲାରେ ଅମ୍ଫନ ପ୍ରଭାବ ଅନୁଭୂତ ହୋଇଛି ।ଜୋରରେ ପବନ ବୋହିବା ସାଙ୍ଗକୁ ପ୍ରବଳ ବର୍ଷା ହେଉଛି।ସମୟ ଯେତେ ବଢୁଛି ପବନର ବେଗ ସେତେ ବଢୁଛି। ଅମ୍ପନର ପ୍ରଭାବରେ ମଙ୍ଗଳବାର ରାତିରୁ ଝିପ ଝିପ ବର୍ଷା ହେଉଥିବା ବେଳେ, ବୁଧବାର ସକାଳୁ ଜୋର ପବନ ସହିତ ଜିଲାରେ ବର୍ଷା ଲାଗିରହିଛି। ସକାଳ ୬ଟାରେ ପବନ ର ବେଗ ୮୦ କିମିରୁ ଉର୍ଦ୍ଧ୍ବ ରହିଥିବା ବେଳେ ପର୍ଯ୍ୟାୟ କ୍ରମେ ବଢ଼ିବାରେ ଲାଗିଛି। ଜିଲ୍ଲାର ତଳିଆ ଅଞ୍ଚଳରେ ଥିବା ଲୋକ ମାନଙ୍କୁ ସ୍ଥାନାତର କରିବା କାର୍ଯ୍ୟ ଜାରି ରଖାଯାଇଛି। ରିପୋର୍ଟ ଲେଖା ସୁଦ୍ଧା ଜିଲ୍ଲାର ୩୮୭ ଆଶ୍ରୟ ସ୍ଥଳୀକୁ ୫୨୦୦ ଲୋକଙ୍କୁ ସ୍ଥାନାତ୍ୱରିତ କରାଯାଇଛି।ଜିଲ୍ଲାରେ ଗୋଟିଏ ଏନଡିଆରଏଫ ଟିମ ସହିତ ଓଡ୍ରାଫର ୪ଟି ଟିମ ଓ ୨୫ ଟି ଅଗ୍ନିଶମ ବାହିନୀ ବିଭିନ୍ନ ସ୍ଥାନରେ ମୁତୟନ ଥିବା ଜଣାପଡିଛି।ଜିଲାପାଳ ପ୍ରଶାସନ ପକ୍ଷରୁ ପ୍ରତିଟି ପରିସ୍ଥିତି ଉପରେ ନଜର ରଖାଯାଇଛି। ଏବେ ପର୍ଯ୍ୟନ୍ତ କୌଣସି କ୍ଷୟ କ୍ଷତି ର ସୂଚନା ମିଳି ନାହିଁ।
