ବାରିପଦା(ନିରପେକ୍ଷ ଖବର)ତା-୨୧/୦୫-ପୁଣି ମୟୂରଭଞ୍ଜରୁ ୩ କରୋନା ରୋଗୀ ଚିନ୍ହଟ ହୋଇଛନ୍ତି। ଏଥି ସହିତ ମୟୂରଭଞ୍ଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪କୁ ପହଁଚିଛି।ଚିନ୍ହଟ ୩ଜଣ କରୋନା ପଜିଟିଭିଙ୍କ ମଧ୍ୟରୁ ୨ ଜଣ ବାରିପଦା କ୍ୱରେଣ୍ଟାଇନରେ ଥିବା ବେଳେ ଜଣେ କପ୍ତିପଦା ବ୍ଲକ ଠାକୁରମୁଣ୍ଡା କ୍ୱରେଣ୍ଟାଇନ ସେଣ୍ଟରରେ ରହୁଥିଲେ ବୋଲି ସୂଚନା ମିଳିଛି।ଏଥି ସହିତ ଜିଲ୍ଲା ସଦର ମହକୁମା ବାରିପଦାରେ ପୂର୍ବରୁ ଜଣେ ପଶ୍ଚିମବଙ୍ଗ ଫେରନ୍ତା ଆକ୍ରାନ୍ତ ଚିନ୍ହଟ ହୋଇଥିବା ବେଳେ ଆଜି ଦୁଇ ଜଣ ଚିନ୍ହଟ ହୋଇଛନ୍ତି।ବାରିପଦାରେ ଚିନ୍ହଟ ହୋଇଥିବା ଦୁଇ ଜଣ ମହିଳା ଅଟନ୍ତି ଏବଂ ସେମାନେ ଆନ୍ଧ୍ରପ୍ରଦେଶ ଫେରନ୍ତା ଅଟନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଚିନ୍ହଟ ସମସ୍ତ ୧୪ ଜଣ ପଜିଟିଭଙ୍କ ମଧ୍ୟରୁ ୧୧ କପ୍ତିପଦା ଓ ୩ ଜଣ ବାରିପଦା ଅଞ୍ଚଳର ଅଟନ୍ତି ।ସେହି ମଧ୍ୟରୁ ୭ଜଣ ସୁସ୍ଥ ହୋଇଥିବା ବେଳେ ଆଜିକୁ ମିଶାଇ ୭ଟି ଆକ୍ଟିଭ କେସ ଅଛି।
