ବାରିପଦା(ନିରପେକ୍ଷ ଖବର)ତା-୩୧/୦୫-ଜନ୍ମଦିନକୁ ସମସ୍ତେ ଧୁମ୍ଧାମ୍ରେ ପାଳନ କରନ୍ତି ଓ ସାଙ୍ଗସାଥିଙ୍କ ଗହଣରେ ବେଶ୍ ଖୁସି ମନାଇଥାନ୍ତି। କିନ୍ତୁ ଜଣେ ସାମ୍ବାଦିକ ନିଆରା ଢଙ୍ଗରେ ନିଜ ଜନ୍ମ ଦିନକୁ ପାଳିଛନ୍ତି। ସେ ହେଉଛନ୍ତ ଯୁବ ସାମ୍ବାଦିକ ଉଦିତ୍ କୁମାର ପରିଡା । ତାଙ୍କ ଜନ୍ମଦିନରେ ରକ୍ତଦାନ କରିବା ସହ ସାଙ୍ଗସାଥିଙ୍କୁ ରକ୍ତଦାନ କରିବା ପାଇଁ ପ୍ରବର୍ତ୍ତାଇଛନ୍ତି । ରକ୍ତହୀନତା ଯୋଗୁଁ ପି ଆର୍ ଏମ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ବ୍ୟକ୍ତିଙ୍କ ପାଇଁ ୨-୩ ହେବ ରକ୍ତ ପାଉନାହିଁ ବୋଲି ଭଂଜସେନା ସ୍ବେଚ୍ଛାକୃତ ରକ୍ତଦାତା କମିଟି ପକ୍ଷରୁ ସେ ସୂଚନା ପାଇଥିଲେ।ଏହାପରେ ସେ ବାରିପଦା ରେଡ଼କ୍ରସ୍ ରକ୍ତଭଣ୍ଡାରରେ ଆସି ରକ୍ତଦାନ କରିଥିଲେ।ବର୍ତ୍ତମାନ ଲକ୍ ଡାଉନ୍ ପରିସ୍ଥିତିରେ ସବୁଠି ରକ୍ତ ଅଭାବ ଦେଖାଯାଉଛି।ଏହି ଘଡି ସନ୍ଧି ମୁହୂର୍ତ୍ତରେ ଉଦିତ୍ ଙ୍କ ମହତ କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ତାଙ୍କୁ ସାବାସୀ ମିଳୁଥିବାବେଳେ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ପାଲଟିଛନ୍ତି ।
