ବାରିପଦା(ନିରପେକ୍ଷ ଖବର)ତା-୦୧/୦୬-ଆଜି ମୟୂରଭଞ୍ଜରୁ ୩ଜଣ କରୋନା ପଜିଟିଭ ଚିନ୍ହଟ ହୋଇଛନ୍ତି।ଚିନ୍ହଟ ହୋଇଥିବା ସମସ୍ତେ ତାମିଲନାଡୁ ଫେରନ୍ତା ଅଟନ୍ତି।ଚିନ୍ହଟ ହୋଇଥିବା ପଜିଟିଭି ବ୍ୟକ୍ତିଙ୍କ ମଧ୍ୟରୁ ଦୁଇ ଜଣ ବେତନଟୀ ବ୍ଲକର ହୋଇଥିବା ବେଳେ ଅନ୍ୟ ଜଣେ ଯଶିପୁର ବ୍ଲକର ଅଟନ୍ତି।ସେମାନଙ୍କ ମଧ୍ୟରୁ ଦୁଇ ଜଣ ୨୪,୨୬ ବର୍ଷୀୟ ଯୁବକ ହୋଇଥିବା ବେଳେ ଅନ୍ୟ ଜଣେ ୨୧ବର୍ଷୀୟ ଯୁବତୀ ଅଟନ୍ତି।ଜିଲ୍ଲା ପ୍ରତ୍ୟାବର୍ତ୍ତନ କରିବା ଦିନ ଠାରୁ ବ୍ଲକର କ୍ୱରେନଟାଇନ ସେଣ୍ଟରରେ ସଙ୍ଗରୋଧ ଭାବେ ରହୁଥିବାର ସୂଚନା ମିଳିଛି।ଏହାକୁ ମିଶାଇ ମୟୂରଭଞ୍ଜ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬କୁ ଛୁଇଁଥିବା ବେଳେ ସେଥି ମଧ୍ୟରୁ ୧୪ ଜଣ ସୁସ୍ଥ ହୋଇଥିବା ବେଳେ ୧୨ଟି ସକ୍ରିୟ ଅଛି।
