ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୨/୦୬ ଆଜି ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଦଳରୁ ଇସ୍ତଫା ଦେଇଛନ୍ତି lସେ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି। ଅନ୍ୟପକ୍ଷରେ ସାଧାରଣରେ ଆଲୋଚନା ହେଉଛି ଜଗନ୍ନାଥ ପ୍ରଧାନ ଜିଲ୍ଲା ସଭାପତି ଚୟନକୁ ନେଇ ଅସନ୍ତୋଷ ହୋଇ ଇସ୍ତଫା ଦେଇଛନ୍ତି l ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ଭୁବନେଶ୍ୱର ଏବଂ କାଲାହାଣ୍ଡି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛନ୍ତି। ବାବୁ ସିଂ ଙ୍କୁ ଭୁବନେଶ୍ୱର ଜିଲ୍ଲା ସଭାପତି ଭାବେ ନିଯୁକ୍ତି ଦିଆଯାଇଛି ଓ ଦେବେନ୍ଦ୍ର ମହାନ୍ତିଙ୍କୁ କଲାହାଣ୍ଡି ଜିଲ୍ଲା ସଭାପତି ଭାବେ ନିଯୁକ୍ତି ଦିଆଯାଇଛି ବୋଲି ଘୋଷଣା କରିଥିଲେ । ସୂଚନାଥାଉକି, ଗତ ନିର୍ବାଚନରେ ଜଗନ୍ନାଥ ପ୍ରଧାନ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିଲେ l
