ବାରିପଦା(ନିରପେକ୍ଷ ଖବର)ତା-୨୯/ଡ଼ିସେମ୍ବର/୨୦୧୯- କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଥିବା ବେଳେ ଗତ କାଲି ପୁଣି ଖବର ସଂଗ୍ରହ ପାଇଁ ଆସିଥିବା ଜଣେ ମହିଳା ସାମ୍ବାଦିକଙ୍କୁ ଏସ୍ପ୍ଲାନେଡ୍ ମଲରେ ମରଣାନ୍ତକ ଆକ୍ରମଣ ହୋଇଛି। ସାମ୍ବାଦିକଙ୍କ ପ୍ରତି ହୋଇଥିବା ଆକ୍ରମଣ ପ୍ରତିବାଦରେ ମୟୁରଭଞ୍ଜ ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକମାନେ ଏକତ୍ରିତ ହୋଇ ମୟୁରଭଞ୍ଜ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗତକାଲି ଭୁବନେଶ୍ୱରରେ ଜଣେ କାର୍ଯ୍ୟରତ ମହିଳା ସାମ୍ବାଦିକଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣକୁ ନିନ୍ଦା କରାଯିବା ସହ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ସହ ସାମ୍ବାଦିକଙ୍କ ସୁରକ୍ଷା ଦାବି କରିଛନ୍ତି ମୟୁରଭଞ୍ଜ କାର୍ଯ୍ୟରତ ସାମ୍ବାଦିକ ।

