ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୭/୦୬ ଦେଶ ଓ ରାଜ୍ୟରେ ଵୃଦ୍ଧି ହେବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୨୭ ଶହ ୮୧କୁ ବୃଦ୍ଧି ହୋଇଛି । ଆକ୍ରାନ୍ତଙ୍କ ତାଲିକା ବୃଦ୍ଧି ହେଉଥିବା ବେଳେ ସୁସ୍ଥ ବ୍ୟକ୍ତିଙ୍କ ତାଲିକା ମଧ୍ୟ ବୃଦ୍ଧି ପାଉଛି । ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ ବୃଦ୍ଧିପାଉଛି । ଶନିବାର ପର୍ଯ୍ୟନ୍ତ ରାଜ୍ୟରେ ୧୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ବିଶ୍ୱ କରୋନା ତାଲିକାରେ ଭାରତ ପଂଚମ ସ୍ଥାନରେ ପହଂଚିଲା । ସ୍ପେନକୁ ହଟାଇ ଭାରତ ପଂଚମ ସ୍ଥାନରେ ପହଞ୍ଚିଛି । ପୂର୍ବରୁ ଇଟାଲୀକୁ ଟପି ଭାରତ ଷଷ୍ଠ ସ୍ଥାନରେ ପହଞ୍ଚିଥିଲା। *ଆଜି ଭାରତ ପଞ୍ଚମ ସ୍ଥାନରେ*
ଦେଶରେ ଏବେ ପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୪୬ ହଜାର ୫୪୯ ରେ ପହଂଚିଲା । ସେହିପରି ସୁସ୍ଥଙ୍କ ସଂଖ୍ୟ ମଧ୍ୟ ୧ଲକ୍ଷ ୧୪ ହଜାର ୭୩ ରେ ପହଁଚିଛି। କରୋନା ଆକ୍ରାନ୍ତରେ ଦେଶରେ ୬ହଜାର ୬୪୨ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଏବେ ବିଭିନ୍ନ କୋଭିଡ ହସ୍ପିଟାଲରେ ୧ ଲକ୍ଷ ୧୫ ହଜାର ୯୪୨ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ଏବେ ପର୍ଯ୍ୟନ୍ତ ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷରେ ପହଂଚିଲା । ବିଶ୍ୱରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟ ୬୯ ଲକ୍ଷ ଛୁଇଁଛି ।

