ଭୁବନେଶ୍ୱର ହଂସପାଳ ବାସୀଙ୍କ ଦୀର୍ଘଦିନର ଦାବିକୁ ପୂରଣ କଲେ ସାଂସଦ ଅପରାଜିତା ସଂଡ଼ଙ୍ଗୀ
ଓଭର ବ୍ରିଜର ଭିତ୍ତିପ୍ରସ୍ତର ସ୍ଥାପନ କଲେ
ଭୁବନେଶ୍ୱର,(ନିରପେକ୍ଷ ଖବର):ତା,୦୮/୦୬/ ଦୀର୍ଘଦିନ ପରେ ରାଜଧାନୀ ଭୁବନେଶ୍ୱର ହଂସପାଳ ବାସୀଙ୍କ ଦୁଃଖ ଲାଘବ ହେବାକୁ ଯାଉଛି। ସ୍ଥାନୀୟ ଅଞ୍ଚଳର ବହୁ ପ୍ରତିକ୍ଷୀତ ଓଭର ବ୍ରିଜ ର ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଭୂମି ପୂଜନ କରିବା ସହ ଭିତ୍ତି ପ୍ରସ୍ଥର ସ୍ଥାପନା କରିଛନ୍ତି। ଶ୍ରୀମତୀ ସଂଡ଼ଙ୍ଗୀ ସାଂସଦ ହେବାପରେ ପ୍ରଥମ କରି ଏଭଳି ଐତିହାସିକ ନିଷ୍ପତି ନେଇ ରାଜଧାନୀ ବାସୀଙ୍କ ହୃଦୟ ଜିଣିଛନ୍ତି। ଏହି ଓଭର ବ୍ରିଜ ନିର୍ମାଣ ହେଲେ ସ୍ଥାନୀୟ ଅଞ୍ଚଳରେ ଲକ୍ଷାଧିକ ଲୋକ ଉପକୃତ ହେବେ ବୋଲି ଜଣାପଡିଛି। ମାନ୍ୟବର ସାଂସଦ ଓଭର ବ୍ରିଜ ଉନ୍ମୋଚନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ନିତୀନ ଗଡ଼କରୀଙ୍କୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରିଛନ୍ତି l କାର୍ଯ୍ୟକ୍ରମରେ NHAI କ୍ଷେତ୍ରୀୟ ନିର୍ଦେଶକ ଉପସ୍ଥିତ
ଥିଲେ। ସୂଚନା ଯୋଗ୍ୟ ଏହି ଓଭର ବ୍ରିଜ ନିର୍ମାଣରେ ମୋଟ ୨୪ କୋଟି ୬୩ ଲକ୍ଷ ଟଙ୍କା ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଥିବା ବେଳେ ଆଗାମୀ ୧୮ ମାସ ମଧ୍ୟରେ କାର୍ଯ୍ୟ ସମାପନ ହେବ ବୋଲି କୁହାଯାଇଛି। ଏହି ଅଞ୍ଚଳଟି ସ୍ଥାନୀୟ ଜନସାଧାରଣଙ୍କ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇଥିବାରୁ, ଜନସାଧାରଣଙ୍କ ମିଳିତ ସଂଗଠନ ଉତ୍ତର ଭୁବନେଶ୍ୱର ଉନୟନ ପରିଷଦ ପକ୍ଷରୁ ସାଂସଦ ମହୋଦୟାଙ୍କୁ ଜଣାଇଥିଲେ ଏବଂ ସାଂସଦ ମହୋଦୟାଙ୍କ ପ୍ରତେକ୍ଷ ପ୍ରୟାସ କ୍ରମେ ଏହା ଆଜି ସଫଳ ହୋଇ ପାରିଥିବା ଜଣାପଡିଛି।