ବାରିପଦା(ନିରପେକ୍ଷଖବର)ତା୩୧/ଡ଼ିସେମ୍ବର/୨୦୧୯:କିଏ ମନ୍ଦିର ତୋଳି ପୂର୍ଣ୍ଣ ଅର୍ଜନ କରୁଛନ୍ତି ତ ଆଉ କିଏ ଦାନ କରି। ପୁଣି କିଏ ଅନାଥ ଓ ଭିନ୍ନକ୍ଷମ ପିଲାଙ୍କୁ ଆଶ୍ରୟ ଦେଇ ପୂର୍ଣ୍ଣୟ ଅର୍ଜନ କରିବାକୁ ଚେଷ୍ଟା କରୁଛନ୍ତି।


ହେଲେ ଶୀତ କାକରରେ ଜୀବନ ବିତାଉଥିବା ଭିକାରୀମାନଙ୍କୁ ଆଶ୍ରୟ ଦେବାକୁ ବାରିପଦାର ଏକ ସ୍ବେଛାସେବୀ ଅନୁଷ୍ଠାନ ଆଗେଇ ଆସିଛି। ଗ୍ରାମାଞ୍ଚଳ ଉନୟନ କାର୍ଯ୍ୟକ୍ରମ ସଂସ୍ଥା(R D A C) ଆରମ୍ଭ କରିଛି ଭିକାରୀ ଧରା ଗାଡି। ଏହି ଗାଡି ସହରର ବିଭିନ୍ନ ସ୍ଥାନ ବୁଲି ଅସହାୟ ଅବସ୍ଥାରେ ଜୀବନ କାଟୁଥିବା ଭିକାରୀଙ୍କୁ ଠାବ କରି ତାଙ୍କର ଯତ୍ନ ନେଉଛି। ୨୦୧୯ ମସିହାର ଶେଷ ଦିନ ବାରିପଦା ସହର ମଧ୍ୟରୁ ଏହି ସ୍ବେଚ୍ଛାସେବୀ ଅନୁଷ୍ଠାନ ୫ ଜଣ ଭିକାରୀଙ୍କୁ ଠାବ କରିଛି। ଉଦ୍ଧାର ଭିକାରୀମାନଙ୍କର ସାରା ଜୀବନର ଖର୍ଚ୍ଚ ବହନ କରିବାକୁ ଶପଥ ନେଇଛି।
