ବାରିପଦା(ନିରପେକ୍ଷ ଖବର)ତା-୧୨/୦୬-ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ପଶୁସମ୍ପଦ ବିଭାଗ ଅଧିକାରୀ ଭିଜିଲାନ୍ସ ଜାଲରେ। ସରକାରୀ ଗାଡ଼ିରେ ଭୂବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ବେତନଟୀ ନିକଟରେ ଭିଜିଲାନ୍ସ ବିଭାଗ ଅଧିକାରୀ ମାନେ ଚଢ଼ାଉ କରିଥିଲେ। ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ପଶୁସମ୍ପଦ ବିଭାଗ ଅଧିକାରୀ ହେଲେ ଅଭୟ କୁମାର ତ୍ରିପାଠୀ। ତାଙ୍କ ନିକଟରୁ ୩ ଲକ୍ଷ ୯୧ ହଜାର ଟଙ୍କା ଜବତ୍। ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲା ଭିଜିଲାନ୍ସ ଦ୍ୱାରା ମିଳିତ ଚଢ଼ାଉ ଜାରି, ତେବେ ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ ଥିବା ବାସ ଭବନ, ବାରିପଦା ସହର ମଧୁବନ ଅଂଚଳରେ ଭଡାଘରେ ରହୁଥିବା ସ୍ଥାନ ଓ ପଶୁସମ୍ପଦ ବିଭାଗ କାର୍ଯ୍ୟଲୟ ଠାରେ ଚଢ଼ାଉ ଜରିରହିଥିବା ବେଳେ ଆମ ପ୍ରତିନିଧିଙ୍କୁ କୌଣସି ପ୍ରତିକ୍ରିୟା ଦେଇନଥିଲେ।
