ମୁମ୍ବାଇ:ନିରପେକ୍ଷ ଖବର:ତା ୧୧/୦୭ ଆଜି ଅମିତାଭ ବଚ୍ଚନ ଓ ପୁଅ ଅଭିଷେକଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଅମିତାଭଙ୍କ ସ୍ୱାବ୍ ପଜିଟିଭ୍ ଆସିବା ପରେ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଅମିତାଭ ନିଜେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। ଅମିତାଭ ଟ୍ୱିଟ୍ରେ ଲେଖିଥିଲେ, ମୁଁ କରୋନା ପଜିଟଭ୍ ଚିହ୍ନଟ ହୋଇଛି। ପରିବାର ଲୋକ, ଷ୍ଟାଫ ମାନଙ୍କର ପରୀକ୍ଷା କରାଯାଇଛି। ଏବେ ସେମାନଙ୍କ ରିପୋର୍ଟ କୁ ଅପେକ୍ଷା କରାଯାଇଛି। ଅନ୍ୟ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଥିବେ ଦୟାକରି ନିଜ ନିଜର ପରୀକ୍ଷା କରାଇନିଅନ୍ତୁ।ସୁସ୍ଥ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ।
