ପୋଲିସ ଓ ଆଇନଜୀବୀ କଂ ମାଡ଼ ଘଟଣା କୁ ନେଇ ଆଇନଜୀବୀ କଂ ଆନ୍ଦୋଳନ ଦିନକୁ ଦିନ ତୀବ୍ର ରୂପ ନେଉଛି। ହଜାର ହଜାର ଆଇନଜୀବୀ କଳା ବ୍ୟାଜ ପିନ୍ଧି ଏକ ଶାନ୍ତି ଶୋଭାଯାତ୍ରାରେ ବହାରିଥିଲେ ।କଟକ ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ଆଇନିଜୀବୀ ମାନେ ଏକାଠି ହୋଇଥିଲେ । ଅଭିଯୁକ୍ତକୁ ଗିରଫଦାରୀ ଦାବି ସହିତ, ପ୍ରଶାସନିକ ନିଷ୍କ୍ରିୟତା ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଯଦି ଅଭିଯୁକ୍ତକୁ ଗିରଫ କରା ନ ଯାଏ ତେବେ ଆନ୍ଦୋଳନକୁ ଜୋରଦାର କରାଯିବ। ଆବଶ୍ୟକତା ପଡିଲେ ସହର ବନ୍ଦ ଭଳି ପଦକ୍ଷେପ ନିଆଯିବ ବୋଲି ଆସୋସିଏସନ ସଭାପତି ଅକ୍ଷୟ କୁମାର ପତି କହିଛନ୍ତି ।
