ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜେଲ ପରିସରରେ କ୍ୟାମ୍ପ କୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏନେଇ ହାଇକୋର୍ଟଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ଓ ଦୌରାଜଜଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଛୋଟମୋଟ ଘଟଣାରେ ବନ୍ଦୀ ଥିବା ଏବଂ ଜାମିନଯୁକ୍ତ ମାମଲା ଗୁଡ଼ିକ ବିଚାର କରି ସବୁ ନିୟମକୁ କଡାକଡି ପାଳନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି , ଚିଠିରେ ଉଲ୍ଲେଖ କରିଛନ୍ତି ହାଇକୋର୍ଟ କୋର୍ଟ କାର୍ଯ୍ୟଦିବସର ସମୟ ଅନୁଯାୟୀ କ୍ୟାମ୍ପ କୋର୍ଟ କରିବାକୁ ।
