ଓକିଲ ଆନ୍ଦୋଳନକୁ ନେଇ ରାଜନୀତିକରଣ କରିବା ଏବେ ବିଜେଡିକୁ ମହଙ୍ଗା ପଡ଼ିଛି। ଆଜି ହାଇକୋର୍ଟ ପରିସରରେ ଓକିଲଙ୍କ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବାପରେ କଂଗ୍ରେସ ଜନତାଙ୍କ ହିତକୁ ଦୃଷ୍ଟି ଦେଇ ନଭେମ୍ବର ୨ତାରିଖ ସୁଦ୍ଧା ଓକିଲ ଆନ୍ଦୋଳନର ସମାଧାନ ନହେଲେ କଂଗ୍ରେସ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚେତାବନୀ ଦିଆଯାଇଛି।
