ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ୧୪ତାରିଖରୁ ପୁଣିଥରେ ଆରମ୍ଭ ହେବ କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ଜନଜାଗରଣ ଯାତ୍ରା ଏହା ମୟୂରଭଞ୍ଜ ଜିଲ୍ଲାରେ ଅଧା ରହିଥିବାରୁ ଜନଜାଗରଣ ଯାତ୍ରାକୁ ଦ୍ୱିତୀୟ ପର୍ଯ୍ୟାୟରେ ସେହି ସ୍ଥାନରୁ ଆରମ୍ଭ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।ଅକ୍ଟୋବର ୪ତାରିଖରୁ ଏହି ଜନଜାଗରଣ ଯାତ୍ରା କଂଗ୍ରେସ ପକ୍ଷରୁ ବାଲେଶ୍ୱର ଜିଲ୍ଲାରୁ ଆରମ୍ଭ କରାଯାଇଥିଲା। ଦଳର ନେତାମାନେ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ ସଭା ସହ ଦଳୀୟ କର୍ମୀମାନଙ୍କୁ ଭେଟି ସଂଗଠନକୁ ସୁଦୃଢ଼ କରିବାକୁ ଆଲୋଚନା କରିଥିଲେ। ଦଳ କ୍ଷମତାକୁ ଆସିଲେ ନିରଞ୍ଜନ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦଳର କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ୱାଳ ଏହି ଜନଜାଗରଣ ଯାତ୍ରାରେ କହିଥିଲେ।ଦ୍ୱିତୀୟ ପର୍ଯ୍ୟାୟ ଏହି ଜନଜାଗରଣ ଯାତ୍ରା ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ହେବାର କାର୍ଯ୍ୟକ୍ରମ ରହିଛି। ନିର୍ବାଚନ ପୂର୍ବରୁ ଏହି ଜନଜାଗରଣ ଯାତ୍ରା ରାଜ୍ୟର ସମସ୍ତ ବ୍ଲକକୁ ଯିବ ଓ ଆଲୋଚନା କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି।
