ଭୁବନେଶ୍ୱର,୯/୧୧/୧୮:ବିମୁଦ୍ରିକରଣର ଦୁଇବର୍ଷ ବିତିଯାଇଥିଲେ ମଧ୍ୟ ଦେଶରେ କୌଣସି ପ୍ରକାର ଅର୍ଥନୀତିର ପରିବର୍ତ୍ତନ ଆଖିଦୃଶିଆ ହୋଇ ନାହିଁ। ବରଂ ଛୋଟ ଓ ମଧ୍ଯମ ଶ୍ରେଣୀର ଉଦ୍ୟୋଗ ବୁଡ଼ିଗଲା।ଯାହା ଦ୍ୱାରା ବେକାରୀ ସଂଖ୍ୟା ବୃଦ୍ଧି ହୋଇଛି । ପ୍ରଧାନମନ୍ତ୍ରୀକଂ ସେସମୟର ଏକ ପକ୍ଷୀଆ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ନିରୀହ ଦେଶ ବାସୀଙ୍କୁ ଆଜି ଭୋଗିବାକୁ ପଡୁଛି। ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଆଖିରେ ରଖୀ କଂଗ୍ରେସ ପକ୍ଷରୁ ବିମୁଦ୍ରିକରଣ ବିରୋଧରେ ଏକ ବିଶାଳ ବିକ୍ଷୋଭ ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ଆୟୋଜନ କରାଯାଇଥିଲା।ଏହି ବିକ୍ଷୋଭରେ ଏକ ପଥପ୍ରାନ୍ତ ନାଟକ ପିସିସି ସଭାପତିଙ୍କ ଉପସ୍ଥିତିରେ ହୋଇଥିଲା।
